ନୂଆଦିଲ୍ଲୀ, ୩।୬: ସୋମବାର ସିରିଆର ଆଲେପ୍ପୋ ସହର ପରିସରରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ସିରିଆର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଗୋଟିଏ ସପ୍ତାହ ମଧ୍ୟରେ ଦେଶ ଉପରେ ଏହା ଦ୍ୱିତୀୟ ଆକ୍ରମଣ ହୋଇଛି।
ଖବର ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଏହି ଏୟାର ଷ୍ଟ୍ରାଇକ ହୋଇଛି। ଯେଉଁଥିରେ ଅନେକ ଲୋକେ ମୃତ୍ୟୁ ବାରଣ କରିଛନ୍ତି ଏବଂ ଭିତ୍ତିଭୂମି କ୍ଷେତ୍ରରେ ବଡ଼ କ୍ଷତି ଘଟିଛି ବୋଲି ଜଣାପଡିଛି।
ସିରିଆର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଇସ୍ରାଏଲ୍ ମେ ୨୯ ରେ ସିରିଆର କେନ୍ଦ୍ରୀୟ ଅଞ୍ଚଳ ତଥା ଉପକୂଳବର୍ତ୍ତୀ ସହର ବାନିୟାସ ଉପରେ ଏୟାର ଷ୍ଟ୍ରାଇକ କରିଥିଲା, ଏଥିରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିଲା ଏବଂ ଦଶ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ।
ବର୍ଷ ବର୍ଷ ଧରି ଇସ୍ରାଏଲ ଏହାକୁ ସିରିଆରେ ଇରାନ ସହ ଜଡିତ ଟାର୍ଗେଟ ଭାବରେ ବର୍ଣ୍ଣନା କରିଆସୁଛି, ଯେଉଁଠାରେ ୨୦୧୧ ମସିହାରେ ଆରମ୍ଭ ହୋଇଥିବା ଗୃହଯୁଦ୍ଧରେ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କୁ ସମର୍ଥନ କରିବା ଆରମ୍ଭ କରିବା ପରେ ତେହେରାନର ପ୍ରଭାବ ବଢିଛି।
ଏପ୍ରିଲରେ, ଇରାନର ଦୂତାବାସ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରି ଇରାନ ଏହାର ପ୍ରତିଶୋଧ ନେଇଥିଲା। ସେବେଠୁ ମଧ୍ୟପ୍ରାଚ୍ୟରେ ସମସ୍ୟା ଆହୁରି ଜଟିଳ ହୋଇଯାଇଛି।