ମାଡାଗାସ୍କରରେ ଆଇଓଆଇଜି ଖେଳର ଉଦ୍‌ଘାଟନୀ ସମୟରେ ଅଘଟଣ: ୧୨ ମୃତ, ୮୦ ଆହତ

ମାଡାଗାସ୍କର,୨୬।୮: ଆଫ୍ରିକୀୟ ଦେଶ ମାଡାଗାସ୍କରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାଡାଗାସ୍କରରେ ଅନୁଷ୍ଠିତ ଭାରତୀୟ ମହାସାଗର ଦ୍ୱୀପ ଖେଳ (ଆଇଓଆଇଜି)ର ଉଦଘାଟନୀ ସମାରୋହରେ ୧୨ଜଣଙ୍କର ମୃତ୍ୟୁ ଘଟଥିବା ସୂଚନା ମିଳିଛି। ସ୍ଥାନୀୟ ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ ୮୦ ଜଣ ଆହତ ହୋଇଛନ୍ତି, ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଛନ୍ତି।

ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ମାଡାଗାସ୍କରର ବେରିୟା ଷ୍ଟାଡିୟମରେ ଶୁକ୍ରବାର ଭାରତ ମହାସାଗର ଦ୍ୱୀପ ଖେଳର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ପ୍ରାୟ ୫୦ ହଜାର ଦର୍ଶକ ଆସିଥିଲେ। ଏହି ସମୟରେ ଷ୍ଟାଡିୟମର ପ୍ରବେଶ ଦ୍ୱାରରେ ଉତ୍ତେଜନା ଦେଖାଯାଇଥିଲା। ଯାହା ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ମାଡାଗାସ୍କର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟିଆନ ଏନଟିସେ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟ କଥା ବୁଝିଛନ୍ତି।

Share