ଔଷଧ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୨୭ ମୃତ, ୧୨ ଆହତ

ତେହରାନ,୩ା୧୧: ଶୁକ୍ରବାର ଉତ୍ତର ଇରାନର ଏକ ଔଷଧ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ହେବାରୁ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ତେହରାନର ଉତ୍ତରରେ ଥିବା ଗିଲାନ ପ୍ରଦେଶର ଲାଙ୍ଗରୁଦ ସହରସ୍ଥିତ ଔଷଧ କାରଖାନାରେ ଆଜି ସକାଳେ ନିଆଁ ଲାଗିଯାଇଥିଲା। ଏହି ସମୟରେ ଉକ୍ତ କାରଖାନାରେ ୪୦ ଜଣ ଲୋକ ଥିଲେ। ଘଟଣାସ୍ଥଳରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏବେ ସୋସିଆଲ ମିଡିଆରେ କ୍ଷତିଗ୍ରସ୍ତ ସ୍ଥାନର ଅନେକ ଫଟୋ ଦେଖିବାକୁ ମିଳିଛି। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଏନେଇ ଅଧିକ ତଦନ୍ତ ଚାଲିଛି।

 

Share