ହଡସନ ଭ୍ୟାଲିରେ ପ୍ରଳୟଙ୍କରୀ ବନ୍ୟା…

ଓ୍ବାଶିଂଟନ,୧୦।୭ : ଆମେରିକାର ଆର୍ଥିକ ରାଜଧାନୀ ନ୍ୟୁୟର୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ହଡସନ ଭ୍ୟାଲି ସହରରେ ବନ୍ୟାଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ରାସ୍ତାଗୁଡ଼ିକ ବନ୍ୟା ଜଳରେ ବୁଡ଼ି ରହିଛି ।

ଜାତୀୟ ପାଣିପାଗ ସେବା ଦକ୍ଷିଣ-ପୂର୍ବ ନ୍ୟୁୟର୍କର କିଛି ଅଂଶ ପାଇଁ ଫ୍ଲାସ ବନ୍ୟା ପରିସ୍ଥିତି ସତର୍କ ସୂଚନା ଜାରି କରି ଏହାକୁ ଲୋକଙ୍କ ଜୀବନ ପ୍ରତି ବିପଦ ବୋଲି କହିଛି। ଅରେଞ୍ଜ କାଉଣ୍ଟି କାର୍ଯ୍ୟନିର୍ବାହୀ ଷ୍ଟିଭେନ ଏମ ନେହୁସ ଦି ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ବନ୍ୟା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଛି।

ବହୁ ଅଞ୍ଚଳ ଜଳମଗ୍ନ ହୋଇ ରହିଛି ବୋଲି ନ୍ୟୁୟର୍କ ଷ୍ଟେଟ ପୋଲିସ ଏକ ବିବୃତ୍ତିରେ କହିଛି। ଏସବୁ ଅଞ୍ଚଳରୁ ଦୂରେଇ ରହିବାକୁ ପୋଲିସ ଜନସାଧାରଣଙ୍କୁ ଚେତାବନୀ ଦେଇଛି।

ପ୍ରବଳ ବର୍ଷା ଶେଷ ନ ହେବା ପର୍ଯ୍ୟନ୍ତ ବାସିନ୍ଦାମାନେ ଘର ଭିତରେ ରହିବାକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ରକଲ୍ୟାଣ୍ଡ କାଉଣ୍ଟି।

Share