ଭୟଙ୍କର ବନ୍ୟା-ଝଡ଼: ୨ ହଜାରରୁ ଅଧିକ ମୃତ୍ୟୁ, ଅନେକ ନିଖୋଜ

ଟ୍ରିପୋଲି,୧୧।୯: ଭୟଙ୍କର ଝଡ ଏବଂ ବନ୍ୟା ଆଫ୍ରିକୀୟ ଦେଶ ଲିବ୍ୟାରେ ଭୟଙ୍କର ବିନାଶ ଘଟାଇଛି। ଦେଶର ପୂର୍ବ ଉପକୂଳବର୍ତ୍ତୀ ସହରଗୁଡ଼ିକରେ ବନ୍ୟା ଯୋଗୁ ଦୁଇ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ନିଖୋଜ ଅଛନ୍ତି। ପୂର୍ବ ଲିବ୍ୟାର ସେନା ମୁଖପାତ୍ର କହିଛନ୍ତି ଯେ, ଡର୍ନା ସହରରେ ବନ୍ୟା ଯୋଗୁ ୨,୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୫୦୦୦ ରୁ ୬୦୦୦ ନିଖୋଜ ଅଛନ୍ତି। ଝଡ଼ ପରେ ଡର୍ନା ସହରର ଉପର ଭାଗରେ ନିର୍ମିତ ଡ୍ୟାମ ଭାଙ୍ଗିଯିବା ଯୋଗୁ ଏହି ବିପର୍ଯ୍ୟୟ ଘଟିଛି।
ପୂର୍ବ ଲିବ୍ୟା ପ୍ରଧାନମନ୍ତ୍ରୀ ଓସାମା ହେମାଦ କହିଛନ୍ତି ଯେ. ବନ୍ୟା ଯୋଗୁ ଡର୍ନା ସହର ଧ୍ୱଂସ ହୋଇଯାଇଛି। ଉପକୂଳବର୍ତ୍ତୀ ସହର ଡର୍ନାରେ ଭୂମଧ୍ୟସାଗରୀୟ ଝଡ଼ ଡାନିଏଲ ମାଡ଼ ପରେ ବିପର୍ଯ୍ୟୟ କ୍ଷେତ୍ର ବୋଲି ଘୋଷଣା କରାଯାଇଛି। ଦେଶରେ ତିନି ଦିନ ଶୋକ ଘୋଷଣା କରାଯାଇଛି।

Share