ସିଜାନ ମହମ୍ମଦଙ୍କୁ କଠୋର ଦଣ୍ଡ ଦିଆଯାଉ: ତୁନିଶାଙ୍କ ମା’

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ଖବରରେ ଟେଲି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଇତି ମଧ୍ୟରେ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତୁନିଶାଙ୍କ ମା’। ତୁନିଶାଙ୍କ ପୂର୍ବତନ ପ୍ରେମିକ ସିଜାନ ମହମ୍ମଦ ଖାନ୍‌ଙ୍କୁ ତାଙ୍କ ଝିଅର ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ଏଥିସହିତ ତୁନିଶାଙ୍କ ମା’ ବନିତ ଶର୍ମା ସୋସିିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ସିଜାନଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ କରୁଥିବା ନଜର ଆସିଛନ୍ତି। ସେ କହିଛନ୍ତି ଯେ, ସିଜାନ ମହମ୍ମଦ ମୋ ଝିଅକୁ ଧୋକା ଦେଇଛନ୍ତି। ପ୍ରଥମେ ସେ ତୁନିଶାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହା ପରେ ସେ ତୁନିଶାଙ୍କ ସହ ବ୍ରେକ୍‌ଅପ୍‌ କରିଦେଇଥିଲେ। କେବଳ ଏତିକି ନୁହେଁ, ସେ ପୂର୍ବରୁ ଅନ୍ୟ କାହା ସହିତ ସମ୍ପର୍କ ରଖିଥିଲେ, ତଥାପି ସେ ମୋ ଝିଇ ସହିତ ସମ୍ପର୍କ ବଢାଇଥିଲେ। ୩ରୁ ୪ ମାସ ମୋ ଝିଅକୁ ବ୍ୟବହାର କରି ଧୋକା ଦେଇଛନ୍ତି। ମୁଁ କେବଳ ଏତିକି ଚାହେଁ ଯେ, ସିଜାନଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ୍‌।

Share