୪ ଜିଲାରେ ୩ ଘଣ୍ଟା ପାଇଁ ପ୍ରବଳ ଝଡ଼ତୋଫାନ ସହ କୁଆପଥର ବର୍ଷା,ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୩ା୪: ରାଜ୍ୟର ୪ ଜିଲାକୁ ୩ ଘଣ୍ଟା ପାଇଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏନେଇ ସତର୍କ ରବିବାର କରାଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ତେବେ ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଏବଂ କୋରାପୁଟ ଜିଲାକୁ ରହିଛି ସତର୍କତା।
ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ଝଡ଼ତୋଫାନ ହେବା ସହ ବଜ୍ରପାତ ସମ୍ଭାବନା ରହିଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ କେନ୍ଦ୍ର। କିଛି ଅଞ୍ଚଳରେ କୁଆପଥର ବର୍ଷା ହେବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

ସେହିପରି ଶନିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଥିଲା। ଶନିବାର କଟକ ଓ ଭୁବନେଶ୍ୱର ସମେତ ରାୟଗଡା, କନ୍ଧମାଳ, ଗଞ୍ଜାମ, ନୟାଗଡ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ବାରିପଦାରେ ସର୍ବାଧିକ ୪୦.୦ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ ଖୋର୍ଦ୍ଧାରେ ୧୨ ମିମି, ନୟାଗଡ଼ରେ ୮ ମିମି, ଦାରିଙ୍ଗବାଡ଼ିରେ ୪ ମିମି, ତାଳଚେରରେ ୨.୨ ମିମି ଏବଂ ଅନୁଗୋଳରେ ୨.୦ ମି.ମି. ବର୍ଷା ରେକର୍ଡ କରାଯାଇଥିଲା। । ଅନ୍ୟପଟେ ଦିନବେଳା ଖରା ଓ ଗୁଳୁଗୁଳି ମଧ୍ୟ ଲୋକଙ୍କୁ ଅତିଷ୍ଠ କରୁଛି। ରାଜ୍ୟର ପ୍ରାୟ ୬ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ତେବେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିବ।



Enter your email to get our daily news in your inbox.

All Right Reserved By Dharitri.Com

ନବୀନ ନିବାସରୁ ବରିଷ୍ଠଙ୍କୁ ଗଲା ଡାକରା, ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୧ା୪: ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋମବାର ନବୀନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିବ। ଏହି ବୈଠକରେ...

ମହିଳାଙ୍କ ମୃତ୍ୟୁ ପରେ ମେଡିକାଲରେ ଉତ୍ତେଜନା: ଚିକିତ୍ସାରେ ଅବହେଳା ଅଭିଯୋଗ

ଜଗତସିଂହପୁର,୨୧।୪: ଜଗତସିଂହପୁର ଜିଲା ମେଡିକାଲରେ ସୋମବାର ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ...

ବାଇକ୍‌କୁ ଧକ୍କା ଦେଲା ସିଡିଏମ୍‌ଓଙ୍କ ଗାଡ଼ି

ମୋହନା,୨୧।୪: ଗଜପତି ଜିଲା ମୋହନା ଥାନା ଦିବ୍ୟାଙ୍ଗ ସ୍କୁଲ ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ସିଡିଏମ୍‌ଓଙ୍କ ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ଗୁରୁତର...

ଶିକ୍ଷା ବିଭାଗ ଗାଇଡ୍‌ଲାଇନ୍‌କୁ ଖୋଲାଖୋଲି ଉଲ୍ଲଂଘନ: ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନେଇ ଚର୍ଚ୍ଚା

ଗଞ୍ଜାମ,୨୧ା୪(ବିଦ୍ୟାଧର ସାହୁ): ସରକାରୀ ସ୍କୁଲଗୁଡ଼ିକ ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତ। ପୋଷାକ, ବୁଟ, ବହି, ସ୍କୁଲ ବ୍ୟାଗ ଇତ୍ୟାଦି ମାଗଣାରେ ସରକାର ଯୋଗାଇ...

ସ୍ତ୍ରୀଙ୍କ ଆଖି ସାମ୍ନାରେ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ଢେଙ୍କାନାଳ,୨୧ା୪(ରତନ ନାୟାର): ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହିରେ ଘଟିଛି ଏକ ଅଭାବନୀୟ କାଣ୍ଡ। ସ୍ଥାନୀୟ ଯୁବକ ମହେଶ୍ୱର ବେହେରା ଓରଫ ଟିଟନ ନାମକ...

ଫେରିଲା ତାତି: ପୁଣି ପାରଦ ଉପରମୁହାଁ

ଭୁବନେଶ୍ୱର,୨୧ା୪(ଅନୁରାଧା ମହାରଣା): କାଳବୈଶାଖୀ ବର୍ଷା ପାଇଁ କିଛିଦିନ ହେବ ରାଜ୍ୟରେ ତାପମାତ୍ରା କମିଥିଲା। ଗରମ, ଗୁଳୁଗୁଳିରୁ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିବାବେଳେ ଏବେ ପାରଦ ପୁଣି...

ଗର୍ଭପାତ ନ କରିବାରୁ ପ୍ରେମିକାଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ ପ୍ରେମିକ

ମାଲକାନଗିରି,୨୧ା୪(ଗୌରୀଶଙ୍କର ପଣ୍ଡା): ଗତ ଏପ୍ରିଲ ୧୨ରେ ମାଲକାନଗିରି ବ୍ଲକ ରେଙ୍ଗାବନ୍ଧ ଗ୍ରାମ ନିକଟ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଜବତ ଘଟଣାରେ ପୋଲିସ ତଦନ୍ତ...

ଭାଷା ଭେଳିକି

ସାଧାରଣରେ କୁହାଯାଇଥାଏ ଆମେ ଭାରତୀୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ସମ୍ବିଧାନରେ ସବୁ ପ୍ରକାର ନିରପେକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ବାସ୍ତବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image