କାଲିଫର୍ନିଆରେ ପ୍ରବଳ ଝଡ଼ବର୍ଷା ଆଶଙ୍କା

ଓ୍ବାଶିଂଟନ,୮ା୧: କାଲିଫର୍ନିଆରେ ପ୍ରବଳ ଝଡ଼ବର୍ଷା ଯୋଗୁ ହଜାର ହଜାର ଲୋକଙ୍କୁ ଅନ୍ଧାରରେ ରହିବାକୁ ପଡ଼ିବ। ସୋମବାର ପ୍ରବଳ ଝଡ଼ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିସହ ବୁଧବାର ପର୍ଯ୍ୟନ୍ତ ୧ରୁ ୧୨ ଇଞ୍ଚ ବର୍ଷା ହେବାର ଆଶଙ୍କା ରହିଛି। ଉତ୍ତର ଏବଂ କେନ୍ଦ୍ରୀୟ କାଲିଫର୍ନିଆ ପାଇଁ ପାଣିପାଗ ବିଭାଗ ବନ୍ୟା ସତର୍କ ସୂଚନା ଜାରି କରିଛି।

ସୂଚନାଯୋଗ୍ୟ, ଶନିବାର ଉତ୍ତର ପ୍ରଦେଶ ଏବଂ ସାନ ଫ୍ରାନ୍ସିସ୍କୋ ଏରିଆରେ ବର୍ଷା ଆରମ୍ଭ ହେବା ପରେ କାଲିଫର୍ନିଆରେ ଝଡ଼ତୋଫାନ ହୋଇଥିଲା। ଆସନ୍ତା ସପ୍ତାହରେ ପ୍ରବଳ ବର୍ଷା ଓ ତୁଷାରପାତ ପାଇଁ ଜାତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି।

Share