ଦାରିଙ୍ଗବାଡି ଅଞ୍ଚଳରେ ପ୍ରବଳ ଶୀତ, ସ୍ଥାନେ ସ୍ଥାନେ ତୁଷାରପାତ

ଦାରିଙ୍ଗବାଡ଼ି,୨୦।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେବା ସହ ବୁଧବାର ଦାରିଙ୍ଗବାଡିରେ ସର୍ବନିମ୍ମ ତାପମାତ୍ରା ୮ ଡିଗ୍ରୀ ରହିଛି । ମାତ୍ର ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାଠାରୁ ଯଥେଷ୍ଟ କମ୍‌ ତାପମାତ୍ରା ରହିଥିବା ବେଳେ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି। ଶୀତ ପାଇଁ ଅଞ୍ଚଳବାସୀ ନିଆଁର ସାହାରା ନେଉଥିବା ବେଳେ ସକାଳ ୯ ଟା ପରେ କାମଧନ୍ଦା ପାଇଁ ଘରୁ ବାହାରକୁ ବାହାରୁଛନ୍ତି। ସେପଟେ ଶୀତ ଅଞ୍ଚଳବାସୀଙ୍କୁ କଷ୍ଟ ଦେଉଥୁବା ବେଳେ ଶୀତର ମଜା ନେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସି ମଜା ନେଉଛନ୍ତି।

Share