Categories: ଜାତୀୟ

ସ୍ବଇଛାରେ ଶାରୀରିକ ସମ୍ପର୍କ ରଖିବା ନୁହେଁ ଅପରାଧ, ମାତ୍ର ସର୍ବସାଧାରଣ ସ୍ଥାନରେ ବାରଣ: କୋର୍ଟ…

ମୁମ୍ବାଇ,୨୩।୫ : ମୁମ୍ବାଇର ଏକ ସେସନ୍ସ କୋର୍ଟ ୩୪ ବର୍ଷ ବୟସ୍କା ମହିଳା ଯୌନ କର୍ମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି କହିଛନ୍ତି ସ୍ବଇଛାରେ ସ୍ବଇଛାରେ ଶାରୀରିକ ସମ୍ପର୍କ ରଖିବାକୁ ଅପରାଧ ଭାବରେ ବିବେଚନା କରାଯାଇପାରିବ ନାହିଁ। ତଥାପି, ସର୍ବସାଧାରଣ ସ୍ଥାନରେ ଏପରି କାର୍ଯ୍ୟ କରିବା ଅପରାଧ ବର୍ଗରେ ଆସିବ। ସର୍ବସାଧାରଣ ସ୍ଥାନରେ ଏପରି କାର୍ଯ୍ୟ ଯୋଗୁ ଅନ୍ୟ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଏପରିସ୍ଥଳେ ଏହାକୁ ଅପରାଧ ବୋଲି ଧରାଯିବ।

ବାସ୍ତବରେ, ଫେବୃଆରୀ ମାସରେ ଜଣେ ୩୪ ବର୍ଷୀୟା ମହିଳାଙ୍କୁ ଚଢ଼ାଉ ସମୟରେ ଗିରଫ କରାଯାଇଥିଲା। ସେବେଠାରୁ ସେ ଏକ ସରକାରୀ ଆଶ୍ରୟସ୍ଥଳୀରେ ରହୁଥିଲେ। କୁହାଯାଉଛି ଯେତେବେଳେ ମହିଳାଙ୍କୁ ଗିରଫ କରାଯାଇଥିଲା ସେତେବେଳେ ସେ ଜଣେ ବୟସ୍କା ବୋଲି ଜଣାପଡିଥିଲା। ତେଣୁ ତାଙ୍କ ସୁରକ୍ଷା ଏବଂ ଆଶ୍ରୟ ସମ୍ପର୍କରେ ମାଜିଷ୍ଟ୍ରେଟ କୋର୍ଟ ଚଳିତ ବର୍ଷ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଆଦେଶ ବିରୋଧରେ ମହିଳା ସେସନ୍ସ କୋର୍ଟରେ ପହଞ୍ଚିଥିଲେ। ଏଥିପାଇଁ ଅତିରିକ୍ତ ସେସନ୍ସ ଜଜ ସିଭି ପାଟିଲ ଗତ ମାସରେ ମାଜିଷ୍ଟ୍ରେଟ କୋର୍ଟ ଦେଇଥିବା ଆଦେଶକୁ ଖାରଜ କରିଥିଲେ। ବିଚାରପତି କହିଥିଲେ ଦେଶର ଯେକୌଣସି ଅଞ୍ଚଳରେ ରହିବା ଏବଂ ଯିବା ଆସିବା କରିବା ଧାରା ୧୯ ଅନୁଯାୟୀମୌଳିକ ଅଧିକାରର ଏକ ଅଂଶ। ଏହାକୁ ଉଲ୍ଲଂଘନ କରାଯାଇପାରିବ ନାହିଁ । ଏହାର ବିସ୍ତୃତ ଆଦେଶ ନିକଟରେ ଉପଲବ୍ଧ କରାଯାଇଛି ।
ଏଥିରେ ଦର୍ଶାଯାଇଛି ପୀଡିତା ଏହି ଦେଶର ନାଗରିକ। ଯଦି ତାଙ୍କୁ ଅନାବଶ୍ୟକ ଭାବେ ଅଟକ ରଖାଯାଏ ତେବେ ଏହା ଭୁଲ ଅଟେ। ସେ ସର୍ବସାଧାରଣ ସ୍ଥାନରେ ଶାରୀରିକ ସମ୍ପର୍କ ରଖିବା କାର୍ଯ୍ୟ କରୁଛନ୍ତି କି ନାହିଁ ପୋଲିସ ତାହା ଅନୁସନ୍ଧାନ କରିବା ଉଚିତ। ଯଦି ତାହା ହୋଇ ନାହିଁ ତେବେ ଏହା ଅପରାଧ ନୁହେଁ। କୋର୍ଟ କହିଛନ୍ତି ପୀଡିତାଙ୍କର ଯେକୌଣସି ସ୍ଥାନକୁ ଯିବାର ସ୍ବାଧୀନତା ରହିବା ଉଚିତ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ଏବଂ ସେମାନେ ସେମାନଙ୍କର ମାଙ୍କୁ ଆବଶ୍ୟକ କରନ୍ତି ।

ସେସନ୍ସ କୋର୍ଟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଦାହରଣ ଦେଇ କହିଛନ୍ତି ଏକ ବେଶ୍ୟାଳୟ ଚଳାଇବା ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଅପରାଧ ଅଟେ। ଯଦି କେହି ସ୍ବଇଛାରେ ଏହି କାମ କରୁଛନ୍ତି, ତେବେ ଏହା ଅପରାଧ ନୁହେଁ ।

 

Share