Categories: ଜାତୀୟ

ସେକ୍ସ୍‌ ସିଡ଼ି ମାମଲା: ମନ୍ତ୍ରୀ ଦେଲେ ଇସ୍ତଫା, ଚାକିରି ଦେବାକୁ କହି ଯୌନଶୋଷଣ କରୁଥିବା ଅଭିଯୋଗ

ବେଙ୍ଗାଲୁରୁ,୩।୩: ସେକ୍ସ୍‌ ସିଡ଼ି ମାମଲାକୁ ନେଇ କର୍ନାଟକ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ମନ୍ତ୍ରୀ ରମେଶ ଜାରକିହୋଲିଙ୍କ ବିରୋଧରେ ଚାକିରି ଦେବାକୁ କହି ଯୌନଶୋଷଣ କରୁଥିବା ଅଭିଯୋଗ ହୋଇଛି। ରମେଶ ଏହି ମାମଲାରେ ଇସ୍ତଫା ଦେଇଛନ୍ତି। ସେ ବୁଧବାର ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପାଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ବିରୋଧ ଅଣାଯାଇଥିବା ଅଭିଯୋଗ ମିଥ୍ୟା। ତେବେ ନୈତିକତା ଦୃଷ୍ଟିରୁ ସେ ମନ୍ତ୍ରୀପଦରୁ ଇସ୍ତଫା ପ୍ରଦାନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରି ଅନୁମୋଦନ ପାଇଁ ରାଜ୍ୟପାଳ ଭାଜୁଭାଇ ଭାଲାଙ୍କ ପାଖକୁ ପଠାଇଛନ୍ତି। ସୂଚନାଯୋଗ୍ୟ, ଜଣେ ସାମାଜିକ କର୍ମକର୍ତ୍ତା ସିଡ଼ି ଜାରି କରିବା ପରେ ରାଜ୍ୟରେ ଶାସକ ଦଳକୁ ବିରୋଧୀ କଂଗ୍ରେସ ପକ୍ଷରୁ ଘେରିବା ଆରମ୍ଭ ହୋଇଥିଲା। କଂଗ୍ରେସ ଦଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା।

Share