Categories: ଜାତୀୟ

ଶାରିରୀକ ସମ୍ପର୍କ ନ ରଖିବାକୁ ସ୍ତ୍ରୀ ରାଣ ପକାଇବାରୁ ସ୍ବାମୀ ନେଲେ ଏମିତି ନିଷ୍ପତ୍ତି

ଅହମଦାବାଦ୍‌,୧୧।୮: ଗୁଜରାଟର ଅହମଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଇଥିବା ଅଭିଯୋଗରେ ଜଣେ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୃତ ସୁରେନ୍ଦ୍ର ସିଂଙ୍କ ମା ମୁଲି ପରମାରଙ୍କ ଅଭିଯୋଗ ମୁତାବକ ପୁଅର ବିବାହ ୨୦୧୮ରେ ଗୀତା ନାମକ ଜଣେ ମହିଳାଙ୍କ ସହ ହୋଇଥିଲା। ଗୀତା ପୂର୍ବରୁ ଦୁଇଟି ସ୍ବାମୀଙ୍କୁ ଛାଡପତ୍ର ଦେଇଥିବାବେଳେ ସୁରେନ୍ଦ୍ର ମଧ୍ୟ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ। ମୁଲି କହିଛନ୍ତି, ଥରେ ମୁଁ ପୁଅ-ବୋହୁଙ୍କ ଘର ଭିତରେ ହଠାତ୍‌ ପଶିଯିବାରୁ ଉଭୟ ଅଲଗା ଶୋଇଥିବାର ଦେଖିଥିଲା। ଏନେଇ ପୁଅକୁ ପଚାରିବାରୁ ସେ କହିଥିଲେ ଗୀତା ତାଙ୍କ ସହ କେବେ ଶାରିରୀକ ସମ୍ପର୍କ ନ ରଖିବାକୁ ମୋତେ ରାଣ ପକାଇ କହିଛନ୍ତି। ଏହି କଥାକୁ ନେଇ ଅନେକ ଦିନ ହେବ ସୁରେନ୍ଦ୍ର ଡିପ୍ରେସନରେ ରହୁଥିଲେ। ପୁଅ-ବୋହୁଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଝଗଡା ମଧ୍ୟ ଲାଗୁଥିଲା। ଗତ ୨୭ ତାରିଖରେ ଘରେ କେହି ନ ଥିବାର ସୁଯୋଗ ପାଇ ପୁଅ ଆତ୍ମହତ୍ୟା କରିଛି ବୋଲି ମୁଲି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଗୀତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଶ୍ୱାସନା ଦେଇଛି।

Share