ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ଗ୍ରାହକ ସାଜି ରାଣୀ ମହୁମାଛିଙ୍କ ସମେତ ୫ ଜଣଙ୍କୁ ଧରିଲା ପୋଲିସ

ରାଉରକେଲା,୧ା୪: ସୁନ୍ଦରଗଡ଼ ଜିଲା ଝିରପାଣି ଥାନା କୋଏଲ ନଗର ଅଞ୍ଚଳରେ ମଙ୍ଗଳବାର ଏକ ସେକ୍ସ ର଼୍ୟାକେଟ୍‌ ଠାବ ହୋଇଛି। ରାଣୀ ମହୁମାଛିଙ୍କ ସମେତ ୫ ଦେହଜୀବୀଙ୍କୁ ଉଦ୍ଧାର କରିଛି ପୋଲିସ। ଏଥିସହିତ ସେକ୍ସ ର଼୍ୟାକେଟ ଚଳାଉଥିବା ୫ ଜଣ ଦଲାଲ ମଧ୍ୟ ଗିରଫ ହୋଇଛନ୍ତି। ଗ୍ରାହକ ସାଜି ଏହି ସେକ୍ସ ର଼୍ୟାକେଟ୍‌କୁ ଧରିଛି ପୋଲିସ।