ଚଳନ୍ତା କାର୍‌ରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୁବକ, ଘଟିଲା ଏମିତି…

ଓ୍ବାଶିଂଟନ,୧୯ା୬: ଆମେରିକାର କାଲିଫର୍ନିଆର ସେନ୍‌ ଜୋସ ସହରରେ ଜଣେ ଡ୍ରାଇଭର ଜଣେ ମହିଳାଙ୍କୁ ଦୁର୍ଘଟଣା ଘଟାଇ ମାରିବା ସହ ଦୁଇ ଲୋକଙ୍କୁ ଆହତ କରିଥିବା ଅଭିଯୋଗ ହୋଇଛି। କାରଣ ଏହି ଡ୍ରାଇଭର ଜଣକ ଗାଡ଼ି ଚଳାଇବା ସମୟରେ ସେକ୍ସ କରୁଥିଲେ। ଯାହା ପରେ ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଡ୍ରାଇଭର ଜଣକ ନିଶାରେ ଥିଲେ।

ଏହି ଦୁର୍ଘଟଣାରେ ୩୫ ବର୍ଷୀୟା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଆଉ ଦୁଇଜଣ ଆହତ ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କାର୍‌ ଡ୍ରାଇଭର ଏଲିକ୍ସ ମୋରିନୋଙ୍କୁ ହତ୍ୟା ଏବଂ ନିଶାରେ ଗାଡ଼ି ଚଳାଉଥିବା ଅଭିଯୋଗରେ ଜେଲ୍‌ ଯିବାକୁ ପଡ଼ିଛି।

ସୂଚନାଯୋଗ୍ୟ, ପାର୍କିଂରେ ଥିବା ଗାଡ଼ିରେ ଯାଇ ବସିପଡ଼ିଲେ ଏଲିକ୍ସ। ପଛରେ କିଏ ଥିବା ନ ଦେଖି ଗାଡ଼ିକୁ ଷ୍ଟାର୍ଟ କରିବା ସହ ପାଖରେ ବସିଥିବା ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ। ଏହି ସମୟରେ ଗାଡ଼ିର ବେଗ ଏତେ ଦ୍ରୁତି ଥିଲା ଯେ, ପଛରେ ଠିଆ ହୋଇଥିବା ଦୁଇଜଣ ଲୋକ ଧକ୍କା ଖାଇ ପଡ଼ିଯାଇଥିଲେ।

Share