ଚଣ୍ଡିଗଡ,୧୦ା୨: ପଞ୍ଜାବର ୨୩ ବର୍ଷୀୟା ଦଳିତ ଝିଅ ନୋଦୀପ କୌରଙ୍କ ମୁକ୍ତି ପାଇଁ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ଝିଆରୀ ତଥା ଆଇନଜୀବୀ ମୀନା ହାରିସ୍ ଶନିବାର ଟୁଇଟ୍ କରିଛନ୍ତି। ମଜଦୁର ଅଧିକାର ସଙ୍ଗଠନ ସହିତ ଜଡ଼ିତ ଶ୍ରମିକ ଅଧିକାର କର୍ମୀ ନୋଦୀପ ସିଙ୍ଘୁ ସୀମାରେ କୃଷକ ଆନ୍ଦୋଳନରେ ଗତ ଡିସେମ୍ବରରେ ସାମିଲ ହୋଇଥିବାବେଳେ ଜାନୁୟାରୀ ୧୨ ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଗିରଫ କରିଥିଲା। ହରିୟାଣାର କର୍ନାଲ ଜେଲରେ ନୋଦୀପଙ୍କୁ ରଖାଯାଇଛି। ପୂର୍ବରୁ ନୋଦୀପ ହରିୟାଣାର କୁଣ୍ଡଲିସ୍ଥିତ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ପୋଲିସ ହାଜତରେ ନୋଦୀପଙ୍କୁ ଯୌନ ନିର୍ଯାତନା ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।