Posted inଜାତୀୟ

ଲିଭ୍‌ ଇନ୍‌ ରିଲେଶନ ଯୋଗୁ ବୃଦ୍ଧି ପାଉଛି ଯୌନ ଅପରାଧ, କହିଲେ ହାଇକୋର୍ଟ…

ଭୋପାଳ, ୨୦।୪ : ଭାରତୀୟ ସାମ୍ବିଧାନିକ ଧାରା ୨୧ ଅନ୍ତର୍ଗତ ଲିଭ୍‌ ଇନ୍‌ ରିଲେଶନକୁ ସ୍ବୀକୃତି ପ୍ରଦାନ କରାଯାଇଛି। ତେବେ ଏହାଯୋଗୁ ସମାଜରେ ଯୌନ ଅପରାଧ ବୃଦ୍ଧି ପାଇବା ସହିତ କାମୁକ ବ୍ୟବହାରକୁ ବାଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି। ବିଚାରପତି ସୁବୋଧ ଅଭୟଙ୍କରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି।

କିଛି ଲୋକେ ଏହି ସ୍ବତନ୍ତ୍ରତାର ଅପବ୍ୟବହାର କରୁଥିବା ଖଣ୍ଡପୀଠ କହିଛନ୍ତି। ଏହା ସହିତ ଖଣ୍ଡପୀଠ ଜଣେ ୨୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଅଗ୍ରୀମ ଜାମିନ ନାମଞ୍ଜୁର କରିଛନ୍ତି। ସେ ଲିଭ୍‌ ଇନ୍‌ରେ ରହୁଥିବା ମହିଳା ସାଥୀ ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ।

ମହିଳା ଜଣଙ୍କ ବାରମ୍ବାର ଗର୍ଭବତୀ ହୋଇଥିବା ଅଭିଯୋଗ କରିଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ ଛାଡ଼ି ଚାଲିଯାଇଥିବା ମହିଳା ଜଣକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏବେ ସମ୍ପୃକ୍ତ ମହିଳାଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ବିବାହ ହେବାକୁ ସ୍ଥିର ହୋଇଛି। ତେବେ ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ ମହିଳାଙ୍କର କେତେକ ଆପତ୍ତିଜନକ ଫଟୋ ଏବଂ ଭିଡ଼ିଓ ପଠାଇ ଏଥିରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୌଣସି ଜାତିକୁ ଓବିସି ଲିଷ୍ଟରେ କେମିତି ଯୋଡାଯାଏ? ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ମାତ୍ର ୨୬ ଦିନ ବାକି ଅଛି। କିନ୍ତୁ ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।...

ଇତିହାସ ହୋଇପାରେ ‘ଇଣ୍ଡିଆ’

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ)କୁ କେନ୍ଦ୍ରରେ କ୍ଷମତାଚ୍ୟୁତ କରିବା ପାଇଁ ଏହାର ପ୍ରାୟ ୧୦ ମାସ ପୂର୍ବରୁ ବିରୋଧୀ...

ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ଏହି ସ୍କିମ୍‌ ଆଣିପାରେ ଭାଜପା: ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ବିରୋଧୀ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର...

ଗୋଦାମରେ ସଢ଼ୁଛି ୯ ଲକ୍ଷ କୁଇଣ୍ଟାଲ ଖାଦ୍ୟଶସ୍ୟ

ଭୋପାଳ, ୯ା୧: ସରକାରୀ ବ୍ୟବସ୍ଥାରେ ଅବହେଳା ଯୋଗୁ ମଧ୍ୟପ୍ରଦେଶର ଡିଣ୍ଡୋରି ସହରରେ ଥିବା ସରକାରୀ ଗୋଦାମଗୁଡ଼ିକରେ ୯ ଲକ୍ଷ କୁଇଣ୍ଟାଲର ଖାଦ୍ୟଶସ୍ୟ ସଢ଼ି ନଷ୍ଟ ହୋଇଛି।...

ଶମ୍ଭୁ ସୀମାରେ ଚାଷୀଙ୍କ ଆତ୍ମହତ୍ୟା

ପଟିଆଲା,୯।୧:ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଆନ୍ଦୋଳନରତ ଜଣେ ମଧ୍ୟବୟସ୍କ ଚାଷୀ ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପଟିଆଲ ହସ୍ପିଟାଲ ନିଆଯାଇଥିବା ବେଳେ...

ଝିଅଙ୍କୁ ପଢ଼ାଖର୍ଚ୍ଚ ଦେବାକୁ ମା’ବାପା ଅନୁସାରେ ବାଧ୍ୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୧: ମାଆବାପାଙ୍କଠାରୁ ପାଠପଢ଼ା ଖର୍ଚ୍ଚ ପାଇବା ଝିଅଙ୍କର ଅପରିହାର୍ଯ୍ୟ ଏବଂ ବୈଧ ଅଧିକାର। ମା’ବାପା ଏଥିପାଇଁ ସେମାନଙ୍କ ଆର୍ଥିକ ସମ୍ବଳ ସୀମା ମଧ୍ୟରୁ ଜରୁରୀ ପାଣ୍ଠି...

କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣାରେ ଆହତଙ୍କର ହେବ କ୍ୟାସଲେସ୍‌ ଚିକିତ୍ସା, ଜାଣନ୍ତୁ ଯୋଜନା ନେଇ ସବୁକିଛି…

ନୂଆଦିଲ୍ଲୀ,୯।୧: ମୋଦି ସରକାର ସଡକ ଦୁର୍ଘଟଣାରେ ପୀଡ଼ିତଙ୍କୁ ଆଶ୍ୱସ୍ତି ଦେବାର ଯୋଜନା କରୁଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି। ସରକାର...

ସମଲିଙ୍ଗୀ ବିବାହ ଆବେଦନ ଖାରଜ, ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ,୯।୧: ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ମାମଲାରେ ଦେଇଥିବା ରାୟର ପୁନର୍ବିଚାର କରିବାକୁ ମନା କରିଦେଇଛନ୍ତି। ଏହାସହିତ କୋର୍ଟ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri