Posted inଜାତୀୟ

ଯୌନ ଶୋଷଣ: ମଲିଉଡ୍‌ରେ ହଇଚଇ

ଥିରୁଭାନନ୍ତପୁରମ୍‌,୨୬ା୮: ମଲିଉଡ୍‌ ନାମରେ ପରିଚିତ ମାଲାୟାଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ ଯୌନ ଶୋଷଣ କରାଯାଉଛି। ଅନେକ ବର୍ଷ ତଳୁ ଉଠିଥିବା ଏହି ପ୍ରସଙ୍ଗ ସମ୍ପ୍ରତି ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କେରଳ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ କେ. ହେମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରଘଟ କରିଛି ଯେ, ମହିଳା କଳାକାରମାନଙ୍କୁ ଇଣ୍ଡଷ୍ଟ୍ରିରେ ଲଗାତର ଭାବେ ଯୌନ ଶୋଷଣ କରିବା ପାଇଁ ଆପରାଧିକ ନେଟ୍‌ଓ୍ବର୍କ ଚାଲିଛି।
ଅଗଷ୍ଟ ୧୯ରେ ହେମା କମିଟି ରିପୋର୍ଟକୁ ସାର୍ବଜନୀନ କରାଯିବା ପରେ ୨ ଜଣ ହାଇପ୍ରୋଫାଇଲ ସିନେ ହେଭିଓ୍ବେଟ୍‌ ବିବାଦୀୟ ହୋଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବଙ୍ଗଳା ଅଭିନେତ୍ରୀ ଶ୍ରୀଲେଖା ମିତ୍ରଙ୍କ ଅଭିଯୋଗକୁ ନେଇ ଜଣାଶୁଣା ନିର୍ଦ୍ଦେଶକ ତଥା ପ୍ରଯୋଜକ ରଞ୍ଜିତ ବାଲାକ୍ରିଷ୍ଣନ୍‌ କେରଳ ରାଜ୍ୟ ଚଳଚ୍ଚିତ୍ର ଏକାଡେମୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବାବେଳେ ସାଉଥ୍‌ ଆକ୍ଟ୍ରେସ୍‌ ରେବତୀ ସମ୍ପତଙ୍କ ଅଭିଯୋଗ କ୍ରମେ ବର୍ଷିଆନ ଅଭିନେତା ସିଦ୍ଦିକି ଆସୋସିଏଶନ୍‌ ଅଫ୍‌ ମାଲାୟାଲମ୍‌ ମୁଭି ଆର୍ଟିଷ୍ଟସ (ଏଏମ୍‌ଏମ୍‌ଏ) ସାଧାରଣ ସମ୍ପାଦକ ପଦ ଛାଡ଼ିଛନ୍ତି।
ଶ୍ରୀଲେଖାଙ୍କ ଅଭିଯୋଗ ହେଲା ୨୦୦୯ରେ ‘ପଲେରି ମାଣିକ୍ୟମ୍‌’ ଫିଲ୍ମରେ ଅଭିନୟ ପାଇଁ ସେ କେରଳକୁ ଯାଇ ଅଡିଶନ୍‌ ଦେଇଥିଲେ। ସେତେବେଳେ ଉକ୍ତ ସିନେମାର ନିର୍ଦ୍ଦେଶକ ରଞ୍ଜିତ ତାଙ୍କୁ ଯୌନ ଶୋଷଣ କରିଥିଲେ। ତେବେ ରଞ୍ଜିତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗଣମାଧ୍ୟମକୁ ଏକ ଭଏସ୍‌ କ୍ଲିପ୍‌ ଜାରି କରି ରଞ୍ଜିତ କହିଛନ୍ତି, ସେ ଚଳଚ୍ଚିତ୍ର ଏକାଡେମୀ ଅଧ୍ୟକ୍ଷ ପଦରେ ରହିବା ଦିନଠାରୁ ତାଙ୍କୁ ହଟାଇବା ପାଇଁ ଷଡ଼ଯନ୍ତ୍ର ଚାଲିଥିଲା। ଶ୍ରୀଲେଖା ଆଣିଥିବା ଅଭିଯୋଗ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଚାଲିଥିବା ଚକ୍ରାନ୍ତର ଏକ ଅଂଶବିଶେଷ। ତେବେ ସେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବେ। ଏଥିପାଇଁ ସଂସ୍କୃତି ମନ୍ତ୍ରୀ ସାଜି ଚେରିଆନ୍‌ଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।
ପୂର୍ବରୁ ସିଦ୍ଦିକି ଏଏମ୍‌ଏମ୍‌ଏ ଅଧ୍ୟକ୍ଷ ମୋହନଲାଲଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଥିଲେ। ସିଦ୍ଦିକି କହିଛନ୍ତି, ତାଙ୍କ ବିରୋଧରେ ଆଗତ ଅଭିଯୋଗ ଯୋଗୁ ସେ ପଦ ଛାଡ଼ିଛନ୍ତି। ଏହାର ଦିନକ ପୂର୍ବରୁ ରେବତୀ ଅଭିଯୋଗ ଆଣିଥିଲେ ଯେ, ୨୦୧୯ରେ ସିଦ୍ଦିକି ତାଙ୍କୁ ଯୌନ ଶୋଷଣ କରିଥିଲେ। ୨୦୧୬ରେ ରେବତୀଙ୍କୁ ୨୧ ବର୍ଷ ହୋଇଥିବାବେଳେ ସିଦ୍ଦିକି ଏକ ଫେକ୍‌ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ଫିଲ୍ମ ଉପରେ ଆଲୋଚନା କରିବା ଆଳରେ ଯୋଗାଯୋଗ କରିଥିଲେ। ହୋଟେଲ ମାସ୍କଟକୁ ଡାକି ଘଣ୍ଟାଏ ଧରି ଯୌନ ଉତ୍ପୀଡ଼ନ କରିଥିଲେ। ସାଲିସ ନ କଲେ ଫିଲ୍ମରେ ସୁଯୋଗ ମିଳିବ ନାହିଁ ବୋଲି ସିଦ୍ଦିକି କହିଥିଲେ।
ଏଏମ୍‌ଏମ୍‌ଏ ସାଧାରଣ ସମ୍ପାଦକ ଥିବା ଏଡାଭେଲା ବାବୁଙ୍କ ବିରୋଧରେ ମଧ୍ୟ ଜଣେ ଜୁନିୟର ଆର୍ଟିଷ୍ଟ ଅନୁରୂପ ଅଭିଯୋଗ ଆଣିଥିଲେ। ୨ ମାସ ତଳେ ଏଡାଭେଲା ଇସ୍ତଫା ପରେ ସିଦ୍ଦିକିଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଥିଲା। ତେବେ ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରଠୁ ମାଲାୟାଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣର ଶିକାର ହୋଇଥିବା ଅନେକ ମହିଳା ଖୋଲାଖୋଲି ଅଭିଯୋଗ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ଆସିଲା ସାମ୍ନାକୁ! ଦୁଇ ଦିନ ପର୍ଯ୍ୟନ୍ତ ଜବତ ହୋଇ ନ ଥିଲା…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ନୂଆ...

ରାହୁଲଙ୍କୁ କାହିଁକି ଭାଇରସ ବୋଲି କହିଲେ ମୋଦି

ନୂଆଦିଲ୍ଲୀ,୧୯।୯: ଜମ୍ମୁ କଶ୍ମୀରରେ ୨୫ସେପ୍ଟେମ୍ବର ୨୦୨୪ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଶେରାୱାଲି କହି ରାଲିରେ ନିଜର...

ପାକିସ୍ତାନ ଉପରେ ବର୍ଷିଲେ ମୋଦି କହିଲେ, ଜମ୍ମୁ-କଶ୍ମୀରେ ଲାଗୁ ହେବାକୁ ଦେବୁ ନାହିଁ…

ନୂଆଦିଲ୍ଲୀ,୧୯।୯: ଜମ୍ମୁ କଶ୍ମୀରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରି ମୋଦି କଂଗ୍ରେସ, ନାଶନାଲ କନଫରେନ୍ସ ଏବଂ ପିଡିପି ଉପରେ ଖୁବ ବର୍ଷିଛନ୍ତି। ପାକିସ୍ତାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri