ଯୌନ ଉତ୍ପୀଡ଼ନ ଅଭିଯୋଗ: ମିସ ୟୁନିଭର୍ସ ସଂଗଠନ ଇଣ୍ଡୋନେସିଆ ଫ୍ରାଞ୍ଚାଇଜ ସହିତ ସମ୍ପର୍କ କଲା ଛିନ୍ନ…

ଜାକର୍ତ୍ତା,୧୪।୮ : ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ ମିସ ୟୁନିଭର୍ସ ସଂଗଠନ ଏହାର ଇଣ୍ଡୋନେସିଆ ଫ୍ରାଞ୍ଚାଇଜ ସହିତ ସମ୍ପର୍କ ଛିନ୍ନ କରିଦେଇଛି। ମିସ ୟୁନିଭର୍ସ ସଂଗଠନ କହିଛି ଇଣ୍ଡୋନେସିଆରେ ଆମେ ଯାହା ଦେଖିଲୁ ତାହାକୁ ଦୃଷ୍ଟିରେ ରଖି ଏହା ସ୍ପଷ୍ଟ ହୋଇଛି ଏହି ଫ୍ରାଞ୍ଚାଇଜ ଆମର ବ୍ରାଣ୍ଡ ମାନଦଣ୍ଡ ଅନୁଯାୟୀ କାର୍ଯ୍ୟ କରି ନାହିଁ। ଇଣ୍ଡୋନେସିଆର ପିଟି କ୍ୟାପେଲା ସ୍ବସ୍ତିକା କାରୟା ଦ୍ୱାରା ଆୟୋଜିତ ମାଲେସିଆ ସଂସ୍କରଣ ମଧ୍ୟ ବାତିଲ ହେବ ବୋଲି ସଂଗଠନ କରିଛି।

କ୍ୟାପେଲା ସ୍ବସ୍ତିକାର ଜାତୀୟ ନିର୍ଦ୍ଦେଶକ ପପି କ୍ୟାପେଲା ଇନଷ୍ଟାଗ୍ରାମରେ ଏକ ବିବୃତ୍ତିରେ ଶରୀର ଯାଞ୍ଚରେ ଜଡିତ ଥିବା କଥାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଆମେ କୌଣସି ପ୍ରକାର ହିଂସା କିମ୍ବା ଯୌନ ଉତ୍ପୀଡ଼ନକୁ ବିରୋଧ କରୁ।

ରଏଟର୍ସ ରିପୋର୍ଟ କରିଥିଲା ଇଣ୍ଡୋନେସିଆ ପ୍ରତିଯୋଗିତାରେ ୬ ଜଣ ପ୍ରତିଯୋଗୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଏବଂ ଆୟୋଜକମାନଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ସେମାନଙ୍କ ଟପଲେସ ଶରୀର ଯାଞ୍ଚ କରାଯାଇଥିବା ଅଭିଯୋଗ କରିଥିଲେ।

ମିସ ୟୁନିଭର୍ସ ସଂଗଠନ କହିଛି ଏହି ପ୍ରକାର ଆଚରଣ ଯେପରି ନ ହୁଏ ସେଥିପାଇଁ ଏହାର ଫ୍ରାଞ୍ଚାଇଜ ଚୁକ୍ତି ଏବଂ ନୀତିର ମୂଲ୍ୟାଙ୍କନ କରାଯାଇଛି।

Share