ମୁମ୍ବାଇ: ଶୋ’ର ଜଣେ ଅଭିନେତାଙ୍କ ଅଭିଯୋଗରେ ମୁମ୍ବାଇ ପୋଲିସ ମଙ୍ଗଳବାର ‘ତାରକ ମେହେତା କା ଓଲଟା ଚଶମା’ ନିର୍ମାତା ଅସିତ କୁମାର ମୋଦି, ଅପରେଶନ ହେଡ ସୋହେଲ ରମାଣି ଏବଂ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ ବଜାଜଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋୱାଇ ପୋଲିସ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୫୪ ଏବଂ ୫୦୯ଅନୁଯାୟୀ ଏକ ଏଫଆଇଆର ପଞ୍ଜିକରଣ କରିଛି। ହେଲେ ପୋଲିସ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ।
ଗତ ମାସରେ ଜଣେ ଅଭିନେତା ନିର୍ମାତା ଅସିତ କୁମାର ମୋଦି ଏବଂ କ୍ରୁର ଅନ୍ୟ ଦୁଇଜଣ ସଦସ୍ୟଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମୁମ୍ବାଇ ପୋଲିସ କହିଛି, ‘ତାରକ ମେହେତା କା ଓଲଟା ଚଶମା’ ନିର୍ମାତା ଅସିତ କୁମାର ମୋଦି ଏବଂ ତାଙ୍କ ଟିମ୍ର ଅନ୍ୟ ଦୁଇଜଣ ସଦସ୍ୟଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗରେ ପୋୱାଇ ପୋଲିସ ବୟାନ ରେକର୍ଡ କରିଛି। ପୋଲିସ କହିଛି ତାଙ୍କ ବୟାନ ପାଇଁ ଖୁବ୍ଶୀଘ୍ର ଅସିତ କୁମାର ମୋଦିଙ୍କୁ ଡକାଇବ ବୋଲି କହିଛି।