Categories: ଜାତୀୟ

ଶାରୀରିକ ସମ୍ପର୍କ ବିନା ହୋଇଥିବା ନିର୍ଯାତନା ମଧ୍ୟ ବଳାତ୍କାର, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ମୁମ୍ବାଇ,୧୭।୭: ଶାରୀରିକ ସମ୍ପର୍କ ନ ରକ୍ଷା କରି ଯଦି ନିର୍ଯାତନା ଦିଆଯାଏ ତାକୁ ମଧ୍ୟ ବଳାତ୍କାର କୁହାଯିବ ବୋଲି ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଆଯାଇଛି। ଏହି ମାମଲାରେ କୋର୍ଟ ଜଣେ ୩୩ ବର୍ଷ ବୟସ୍କ ବ୍ୟକ୍ତିଙ୍କର ପୂର୍ବ ଦଣ୍ଡାଦେଶକୁ କାଏମ୍‌ ରଖିଛନ୍ତି। ମାମଲାର ବିଚାର କରି ବିଚାରପତି ରେବତୀ ମୋହିତେ ଡେରେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତି ୨୦୧୯ରେ ନିମ୍ନ ଅଦାଲତ ଦ୍ୱାରା ଜାରି କରାଯାଇଥିବା ୧୦ ବର୍ଷର ସଶ୍ରମ ଜେଲ୍‌ ଦଣ୍ଡାଦେଶକୁ ବଳବତ୍ତର ରଖିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଖଣ୍ଡପୀଠଙ୍କ ସମ୍ମୁଖରେ ଆବେଦନ କରିଥିଲେ ଯେ ପୀଡ଼ିତାଙ୍କ ସହିତ କୌଣସି ଶାରୀରିକ ସମ୍ପର୍କ ସ୍ଥାପନ ହୋଇନାହିଁ। ତେବେ ଖଣ୍ଡପୀଠ ଆଇପିସି ଧାରା ୩୭୬ ଅନ୍ତର୍ଗତ ନିର୍ଯାତନାକୁ ବଳାତ୍କାର ପରିସରଭୁକ୍ତ କରାଯାଇଥିବା କହିଛନ୍ତି।

Share