Categories: ଜାତୀୟ

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ବଳାତ୍କାର ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୭।୧୨: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସବୁବେଳେ ବଳାତ୍କାର ନୁହେଁ। ଏନେଇ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଦୀର୍ଘଦିନ ଧରି ଏଭଳି ସମ୍ପର୍କ ସମ୍ପୃକ୍ତ ମହିଳାଙ୍କ ସହମତି ହେଉଥିବାରୁ ଏହାକୁ ବଳାତ୍କାର କୁହାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ବିଚାରପତି ବିଭୁ ବାଖରୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ବିବାହ ପ୍ରତିଶ୍ରୁତି ଦ୍ୱାରା ସ୍ବଇଛାରେ ଶାରୀରିକ ସମ୍ପର୍କ ସ୍ଥାପନ କରାଯାଉଥିବାରୁ ଏହାକୁ ଅନୈତିକ କୁହାଯାଇ ପାରିବ ନାହିଁ। ଭାରତୀୟ ପିଙ୍ଗଳ କୋଡ ଧାରା ୩୭୫ ଅନୁସାରେ ସ୍ବଇଛାରେ ଦୀର୍ଘଦିନ ଧରି ବିବାହ ପ୍ରତିଶ୍ରୁତି ଦ୍ୱାରା ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ବଳାତ୍କାର କୁହାଯାଇ ପରିବ ନାହିଁ ବୋଲି କୋର୍ଟ କହିଛନ୍ତି। ୨୦୦୮ରେ ଜଣେ ମହିଳାଙ୍କ ସହିିତ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରାଯାଇଥିବା ଏକ ମାମଲାର ବିଚାର କରି କୋର୍ଟ ଏପରି କହିଛନ୍ତି। ମହିଳା ଜଣକ ତାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆଣିଥିଲେ। ତେବେ ହାଇକୋର୍ଟ ଏହାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି।

Share