Categories: ଜାତୀୟ

ଏସ୍‌ଏଫ୍‌ଜେର ୪୦ ଓ୍ବେବ୍‌ସାଇଟ ବ୍ଲକ୍‌

ନୂଆଦିଲ୍ଲୀ,୬ା୭: ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ବେଆଇନ ସଂଗଠନ ଶିଖ୍‌ ଫର ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ)ର ୪୦ ଓ୍ବେବ୍‌ସାଇଟ୍‌କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବ୍ଲକ୍‌ କରିଦେଇଛି। ଆମେରିକାରେ ଥିବା ଏହି ସଂଗଠନ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସପକ୍ଷବାଦୀ ଏବଂ ବିଚ୍ଛିନ୍ନତାବାଦୀ କାର୍ଯ୍ୟକୁ ସମର୍ଥନ କରିଥାଏ। ୟୁଏପିଏ ଆଇନ ବଳରେ ଏହାକୁ ବେଆଇନ ଘୋଷଣା କରାଯାଇଥିଲା। ଏସ୍‌ଏଫ୍‌ଜେ ଖଲିସ୍ତାନୀ ଆନ୍ଦୋଳନକୁ ସମର୍ଥନ କରି ଭାରତର ସାର୍ବଭୌମତ୍ୱ ଓ ଆଞ୍ଚଳିକ ସଂହତି ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରୁଥିଲା।

Share