Categories: ଜାତୀୟ

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଖଲିସ୍ତାନ ଆତଙ୍କବାଦୀଙ୍କ ଧମକ

ଶିମଲା,୧୦ ।୫: ପଞ୍ଜାବ ମୋହାଲିର ଇଣ୍ଟଲିଜେନ୍ସ ହେଡକ୍ୱାଟରରେ ହୋଇଥିବା ଆକ୍ରମଣ ପରେ ଏବେ ଖଲିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ସିଖ ଫର ଜଷ୍ଟିଶ ପକ୍ଷରୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଧମକ ଦିଆଯାଇଛି । ଏଥିରେ କୁହାଯାଇଛି, ପଞ୍ଜାବ ମୋହାଲିର ଇଣ୍ଟଲିଜେନ୍ସ ହେଡକ୍ୱାଟରରେ ହୋଇଥିବା ଆକ୍ରମଣରୁ କିଛି ଶିଖ ଏମିତି ଶିମଲା ବି ହୋଇପାରେ । ଏଥିରେ ଆହୁରି ମଧ୍ୟ କୁହାଯାଇଛି କି ଧର୍ମଶାଳାରେ ସିଖ ଫର ଜଷ୍ଟିଶ ପତାକା ଲଗାଇଛି । ଆମ ଆତଙ୍କବାଦୀ ସଙ୍ଗଠନକୁ ରଗାନ୍ତୁ ନାହିଁ ନଚେତ ଏହାର ପରିଣାମ ଆପଣଙ୍କୁ ଭୋଗିବାକୁ ପଡିବ ।
ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଭଗୱନ୍ତ ମାନ କହିଛନ୍ତି ମୋହାଲିରେ ହୋଇଥିବା ବିସ୍ଫୋରଣର ଯାଞ୍ଚ କରୁଛି ପୋଲିସ ।

Share