‘ଶାକୁନ୍ତଳମ’ର ଫାଷ୍ଟ ଲୁକ୍ ରିଲିଜ

ଚେନ୍ନାଇ: ଏବେ ସାଉଥ୍ ଫିଲ୍ମର ଜଲୱା ଦେଖିବାକୁ ମିଳିଛି । ନିକଟରେ ସାଉଥର ଆଉ ଏକ ଐତିହାସିକ ଫିଲ୍ମର ଫାଷ୍ଟ ଲୁକ ରିଲିଜ ହୋଇଛି । ଯାହା ପୁଣିଥରେ ‘ବାହୁବଳୀ’କୁ ମନେପକାଇ ଦେଇଛି । ଏହାର ନାମ ରହିଛି ‘ଶାକୁନ୍ତଳମ’ । ଏଥିରେ ସାଉଥର ସୁପର ହିଟ୍ ନାୟିକା ସାମନ୍ଥା ରୁଥ ପ୍ରଭୁ ଲିଡ ରୋଲରେ ନଜର ଆସିବେ । ସାମନ୍ଥାଙ୍କ ବ୍ୟତୀତ ଫିଲ୍ମରେ ବ୍ଲକବଷ୍ଟର ଅଭିନେତା ଅଲ୍ଲୁ ଅର୍ଜୁଙ୍କ ଝିଅ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ‘ଶାକୁନ୍ତଳମ’ ଫିଲ୍ମ କାଳିଦାସଙ୍କ ପୌରାଣିକ କାହାଣୀ ‘ଶକୁନ୍ତଳମ’ ଉପରେ ଆଧାରିତ । ଏଥିରେ ଶକୁନ୍ତଳା ଓ ଦୁଷ୍ମନ୍ତଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଏହି କାଳ୍ପନିକ କାହାଣୀର ନୂଆ ସଂସ୍କରଣ ନିର୍ମାଣ କରାଯାଉଛି । ସାମନ୍ଥା ଏହି ପୌରାଣିକ ଡ୍ରାମରେ ରାଜକୁମାରୀ ଶକୁନ୍ତଳା ଭୂମିକାରେ ନଜର ଆସିବେ । ସାମନ୍ଥାଙ୍କ ଅପୋଜିଟରେ ଆକ୍ଟର ଦେବ ମୋହନ ଦୁଷ୍ମନ୍ତ ଭୂମିକାରେ ନଜର ଆସିବେ । ଅନ୍ୟପଟେ ଅଲ୍ଲୁ ଅର୍ଜୁନଙ୍କ ଝିଅ ଅଲ୍ଲୁ ଅରହା ରାଜକୁମାରୀ ଭରତଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ନିର୍ମାଣ ଗତବର୍ଷ ଫେବୃୟାରୀ ୨୦୨୧ରେ ଆରମ୍ଭ ହୋଇଥିଲା ଏବେ ଏହା ସମ୍ପୂର୍ଣ୍ଣ ହୋଇଛି । ଫିଲ୍ମଟି ଚଳିତ ବର୍ଷ ୪ ନଭେମ୍ବର ୨୦୨୨ରେ ରିଲିଜ ହେବ ।

Share