ଦୁଇଟି ସନ୍ତାନର ପିତାଙ୍କୁ ବିବାହ କରିଥିଲେ ଶବାନା

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନାୟିକା ଶବାନା ଆଜମୀ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । କମର୍ସିଆଲ ଓ ଆର୍ଟ ଫିଲ୍ମରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି ଏହି ନାୟିକା । ୧୮ସେପ୍ଟେମ୍ବର ୧୯୫୦ରେ ହାଇଦ୍ରାବାଦରେ ଭାରତୀୟ କବି କୈଫି ଆଜମୀ ଓ ଷ୍ଟେଜ ଆକ୍ଟ୍ରେସ୍ ଶୌକତ ଆଜମୀଙ୍କ ଘରେ ଜନ୍ମ ନେଇଥିଲେ ଶବାନା । ଶବାନାଙ୍କ ନିଖୁଣ ଅଭିନୟ ଆଜିବି ଦର୍ଶକଙ୍କ ମନରେ ଘର କରି ରହିଛି । ଶବାନାଙ୍କ ପର୍ସନାଲ ଲାଇଫ୍ କଥା ଯଦି କଥା ହେବା ତେବେ ସେ ୧୯୮୪ରେ ପ୍ରସିଦ୍ଧ ଲେଖକ ଓ ଶାୟର ଜାଭେଦ ଅଖତରଙ୍କୁ ବିବାହ କରିଥିଲେ । ହେଲେ ଏହା ପୂର୍ବରୁ ଶବାନା କୁଆଡେ ଫିଲ୍ମ ମେକର ଶେଖର କପୁରଙ୍କ ପ୍ରେମରେ ପଡିଥିଲେ । କେବଳ ସେତିକି ନୁହେଁ ଶବାନା ପ୍ରଥମେ ଶଶି କପୁରଙ୍କୁ ଏକ ତରଫା ପ୍ରେମ କରି ବସିଥିଲେ ବୋଲି କୁହାଯାଏ । କିନ୍ତୁ ମନଖୋଲି ସେ ଏହା କହିପାରି ନ ଥିଲେ । ପରେ ଶେଖର କପୁରଙ୍କ ପ୍ରେମରେ ପଡି ତାଙ୍କ ସହ ଡେଟିଂ କରିଥିଲେ ବୋଲି କୁହାଯାଏ । କିନ୍ତୁ ଏହି ପ୍ରେମ ବେଶିଦିନ ତିଷ୍ଠି ପାରି ନ ଥିଲା । ଶେଷରେ ସେ ଜାଭେଦଙ୍କୁ ବିବାହ କରିଥିଲେ । ଶବାନାଙ୍କର ଯଦିଓ ଏହା ପ୍ରଥମ ବିବାହ ଥିଲା ଜାଭେଦଙ୍କର ଏହା କିନ୍ତୁ ଦ୍ୱିତୀୟ ବିବାହ ଥିଲା । ଜାଭେଦଙ୍କ ପ୍ରଥମ ପତ୍ନୀ ଥିଲେ ହନି ଇରାନୀ । ହନି ଜଣେ ଭଲ ଅଭିନେତ୍ରୀ ଥିବା ବେଳେ ପାଖାପାଖି ୭୨ଟି ଫିଲ୍ମରେ ସେ ଅଭିନୟ କରିଛନ୍ତି । ଜାଭେଦ-ହନିଙ୍କର ଦୁଇଟି ସନ୍ତାନ ଥିବା ବେଳେ ଶେଷରେ କିନ୍ତୁ ଉଭୟ ଅଲଗା ହୋଇଯାଇଥିଲେ । ପୁଅ ଫରହାନ ଅଖତର ଓ ଝିଅ ଜୋୟା ଅଖତର ଏବେ ବଲିଉଡ୍‌ରେ ବେଶ୍ ପରିଚିତ । ତେବେ ଜାଭେଦ ଦୁଇଟି ସନ୍ତାନର ପିତା ହୋଇଥିଲେ ବି ଶବାନା ପଡିଥିଲେ ତାଙ୍କ ପ୍ରେମରେ । କିନ୍ତୁ ଶବାନାଙ୍କ ପରିବାର ଏଥିରେ ରାଜି ନ ଥିଲେ ବି ପ୍ରେମ ଆଗରେ ଶେଷରେ ମୁଣ୍ଡ ନୁଆଇଁ ଥିଲେ । ଏକ ସାକ୍ଷାତ୍‌କାରରେ ଶବାନା କହିଥିଲେ ତାଙ୍କ ପିତା କୁହନ୍ତି ଜାଭେଦ ଖରାପ ନୁହେଁ ବରଂ ସମୟ ଖରାପ । ଆଉ ସେଠି ଶବାନାଙ୍କ ଉତ୍ତର ଥିଲା ଯଦି ମୁଁ ସମୟକୁ ପରିବର୍ତ୍ତନ କରିଦିଏ । ଏହାପରେ ତାଙ୍କ ପିତା ଶବାନା-ଜାଭେଦଙ୍କ ବିବାହରେ ରାଜି ହୋଇଯାଇଥିଲେ । ହେଲେ ଜାଭେଦ ଯେତେବେଳେ ଶବାନଙ୍କ ପ୍ରେମରେ ପଡିଥିଲେ ଏକଥା ତାଙ୍କ ପ୍ରଥମ ପତ୍ନୀ ହନି ଜାଣିବା ପରେ ଉଭୟଙ୍କ ମଧ୍ୟରେ ଖୁବ୍ ଝଗଡା ହୋଇଥିଲା ଓ ହନି ଜଭେଦଙ୍କଠାରୁ ଅଲଗା ହୋଇଯାଇଥିଲେ ଆଉ ଶବାନା ଜାଭେଦଙ୍କୁ ବିବାହ କରିଥିଲେ । କୁହାଯାଏ କୌଣସି ମେଡିକାଲ ଇସ୍ୟୁ ଯୋଗୁ ଶବାନା ମା’ ହୋଇ ପାରିନାହାନ୍ତି ସତ ହେଲେ ଜାଭେତଙ୍କ ଦୁଇ ସନ୍ତାନ ଫରହାନ ଓ ଜୋୟା ଶବାନାଙ୍କୁ ମା’ ଭଳି ସ୍ୱେହ କରିବା ସହ ଜାଭେଦଙ୍କ ପରିବାର ଶବାନାଙ୍କ ସହ ଖୁସିରେ ସମୟ କାଟୁଛନ୍ତି ।

Share