କରନ୍‌ ଜୋହରଙ୍କ ଏହି ଫିଲ୍ମକୁ ଦେଖି ରାଗିଯାଇଥିଲେ ଶବାନା, ଫୋନ୍‌ କରି ବର୍ଷିଲେ

ଏକ ସମୟ ଥିଲା, ଯେତେବେଳେ କରନ୍‌ ଜୋହରଙ୍କ ଫିଲ୍ମ ବକ୍ସ ଅଫିସରେ୍‌ ହିଟ୍‌ ହେଉଥିଲା। ଶାହରୁଖ ଖାନ ଏବଂ କାଜଲଙ୍କ ଯୋଡି ପ୍ରାୟତଃ ତାଙ୍କ ଚଳଚ୍ଚିତ୍ରରେ ଦେଖିବାକୁ ମିଳୁଥିଲା। ‘ଦିଲ୍‌ୱାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗେ, ‘କଭି ଖୁସି କଭି ଗମ’, ‘କୁଛ କୁଛ ହୋତାହେ’ ଭଳି ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ‘କୁଛ କୁଛ ହୋତାହେ’ ଏପରି ଏକ ଫିଲ୍ମ ଥିଲା, ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ହେଲେ ଏହି ଫିଲ୍ମକୁ ବଲିଉଡର ଭେଟେରାନ ଅଭିନେତ୍ରୀ ଶବାନା ଆଜମୀ ଆଦୌ ପସନ୍ଦ କରୁ ନ ଥିଲେ। ଏହି ଚଳଚ୍ଚିତ୍ର ଦେଖିବା ପରେ ଶବାନା ସଂପୂର୍ଣ୍ଣ କ୍ରୋଧିତ ହୋଇଥିଲେ। କେବଳ ସେତିକି ନୁହେଁ, ସେ କରନ୍‌ଙ୍କୁ ଅନେକ କଟୁ କଥା ଶୁଣାଇଥିଲେ।

୨୦୧୯ରେ ମେଲବୋର୍ନରେ ଆୟୋଜିତ ହୋଇଥିବା ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ କରନ୍‌ କହିଥିଲେ ଯେ ‘କୁଛ କୁଛ ହୋତାହେ’କୁ ଶବାନା ଭୁଲ ବୁଝିଥିଲେ। ଶବାନା ଏହି ଫିଲ୍ମକୁ ବ୍ରିଟେନରେ ଦେଖିଥିଲେ ଏବଂ ଫିଲ୍ମ ଦେଖିବା ପରେ ସେ ମୋତେ ଫୋନ୍‌ କରିଥିଲେ।

ସେ ମୋତେ କହିଲେ, ତୁମେ ଏହି ଫିଲ୍ମରେ କ’ଣ ଦେଖାଇଛ? ଯଦି କୌଣସି ଝିଅର ଛୋଟ କେଶ ଥାଏ, ସେ ସୁନ୍ଦର ନୁହେଁ। ଯେତେବେଳେ ତାଙ୍କ କେଶ ଲମ୍ବା ହେଲା, ସେ ସୁନ୍ଦର ହୋଇଗଲା । ଏହା କ’ଣ ? ମୋତେ ପଚାରିଲେ ତୁମେ ଏହା ବିଷୟରେ କ’ଣ କହିବ? ଏହା ପରେ ମୁଁ ତାଙ୍କୁ କ୍ଷମା ମାଗିଲି। ସେ ମୋତେ କହିଥିଲେ, ‘ତୁମେ କେବଳ ଏଇଆ କହିବାକୁ ଚାହୁଁଛ।’ ମୁଁ ହଁ କହିଲି, କାରଣ ମୁଁ ଜାଣେ ତୁମେ ଠିକ୍‌।

Share