ଲଣ୍ଡନ,୧୦।୮: ଭାରତର ଯୁବ ମହିଳା କ୍ରିକେଟର ଶେଫାଳି ବର୍ମା ଏବେ ଇଂଲଣ୍ଡର ହଣ୍ଡ୍ରେଣ୍ଡ ଲିଗରେ ଭାଗ ନେଉଛନ୍ତି। ଲିଗ୍ର ଏକ ମ୍ୟାଚ୍ରେ ସେ ଜବରଦସ୍ତ ପ୍ରଦର୍ଶନ କରି ନିଜ ଦଳ ବର୍ମିଂହାମ ଫିନିକ୍ସକୁ ବିଜୟ ପ୍ରଦାନ କରିଥିଲେ।ୱେଲ୍ସ ଫାୟାର ଏବଂ ବର୍ମିଂହାମ ଫିନିକ୍ସର ମହିଳା ଦଳ ମଧ୍ୟରେ ଏଜବାଷ୍ଟନସ୍ଠାରେ ଏକ ମ୍ୟାଚ ଖେଳାଯାଇଥିଲା। ଏଥିରେ ଶେଫାଳିଙ୍କ ଦଳ ୧୦ ଉଇକେଟ ନେଇ ଏକ ଚମତ୍କାର ବିଜୟ ହାସଲ କରିଛି।
ଓପନର୍ ବ୍ରିଆନି ସ୍ମିଥ (୩୮) ଙ୍କ ସହାୟତାରେ ୧୦୦ ବଲରେ ୯ ଉଇକେଟ ହରାଇ ୱେଲ୍ସ ଫାୟାର ଦଳ ୧୨୭ ରନ ସଂଗ୍ରହ କରିଥିଲା। ବର୍ମିଂହାମ ଦଳ ୧୨୮ ରନ୍ର ଲକ୍ଷ୍ୟ ମାତ୍ର ୭୬ ବଲରେ ହାସଲ କରିଥିଲା। ୧୭ ବର୍ଷୀୟା ଶେଫାଳି ୨୨ ବଲରେ ଅର୍ଦ୍ଧଶତକ ପୂରଣ କରି ଅପରାଜିତ ୭୬ ରନ କରିଥିଲେ। ସେ ଏହି ଇନିଂସରେ ୪୨ ବଲର ସମ୍ମୁଖୀନ ହୋଇଥିଲେ ଏବଂ ୯ ଚୌକା, ୨ ଛକା ମାରିଥିଲେ। ଶେଫାଲୀ ଏଭଲିନ ଜୋନ୍ସଙ୍କ ସହ ୧୩୧ ରନର ଅପରାଜିତ ଓପନିଂ ଭାଗିଦାରୀ ମଧ୍ୟ କରିଥିଲେ ଏବଂ କୌଣସି ଉଇକେଟ ନ ହରାଇ ଦଳକୁ ବିଜୟ ପ୍ରଦାନ କରିଥିଲେ। ଏହା ହେଉଛି ଏହି ଲିଗର ରେକର୍ଡ ଭାଗିଦାରୀ। ଏଭଲିନ ୩୫ ବଲରୁ ୫୨ ରନରେ ଅପରାଜିତ ରହିଥିଲେ।