Posted inଖେଳ

ତେନ୍ଦୁଲକରଙ୍କ ୨ଟି ରେକର୍ଡ ଭାଙ୍ଗିସାରିଛନ୍ତି ଏହି ମହିଳା ଖେଳାଳି: ଏକଦା ପୁଅ ସାଜି ନେଇଥିଲେ ଟ୍ରେନିଂ

ଭାରତୀୟ ମହିଳା କ୍ରିକେଟ ଦଳର ସବୁଠାରୁ କନିଷ୍ଠ ବ୍ୟାଟ୍ସମ୍ୟାନ ଶେଫାଲୀ ବର୍ମା ଜାନୁୟାରୀ ୧୮ରେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ହରିୟାଣାର ରୋହତକ ଜିଲାର ଏହି ଖେଳାଳିଙ୍କୁ ଏକଦା କୌଣସି କ୍ରିକେଟ ଏକାଡେମୀରେ ଆଡ୍‌ମିଶନ ମିଳୁ ନ ଥିଲା। ତେଣୁ ତାଙ୍କ ବାପା ଝିଅର କେଶ କାଟି ପୁଅ ବେଶରେ ତାଙ୍କର ଏକାଡେମୀରେ ଆଡମିଶନ କରାଇଥିଲେ। ଏକ ଛୋଟିଆ ଗାଁରୁ ଆସିଥିବା ଏହି ଯୁବ ଖେଳାଳି ମାତ୍ର ୨ ବର୍ଷରେ ୧୯ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଏପରିକି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍‌ ତେନ୍ଦୁଲକରଙ୍କର ୨ଟି ରେକର୍ଡ ମଧ୍ୟ ସେ ଭାଙ୍ଗସାରିଛନ୍ତି।
୨୮ ଜାନୁୟାରୀ, ୨୦୦୪ରେ ହରିୟାଣାର ରୋହତକରେ ଜନ୍ମଗ୍ରହଣ କରିଥିବା ଶେଫାଳୀଙ୍କ ପାଇଁ ପରିଚୟର କୌଣସି ଆବଶ୍ୟକତା ନାହିଁ। ଟମ୍‌ ବୟ ଲୁକ୍‌ ବିଶିଷ୍ଟ ଶେଫାଳୀ ଦେଖିବାକୁ ସମସ୍ତଙ୍କଠାରୁ ଭିନ୍ନ। ୨୪ ସେପ୍ଟେମ୍ବର ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିବା ଶେଫାଳୀ ହେଉଛନ୍ତି ସବୁଠାରୁ କମ୍‌ ବୟସ୍କା ମହିଳା କ୍ରିକେଟର। ସେ କମ୍‌ ବୟସରେ କ୍ରିକେଟରେ ଡେବ୍ୟୁକରି ମାଷ୍ଟର ବ୍ଲାଷ୍ଟର ସଚିନ୍‌ଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ।
ଯେତେବେଳେ ଶେଫାଳୀ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ ସେତେବେଳେ ତାଙ୍କୁ ୧୫ ବର୍ଷ, ୭ ମାସ ୨୭ ଦିନ ହୋଇଥିଲା। ମାତ୍ର ସଚିନ ଯେତେବେଳେ ଡେବ୍ୟୁ କରିଥିଲେ ସେତେବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା। ତେଣୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସର୍ବକନିଷ୍ଠ ଖେଳାଳି ହେଉଛନ୍ତି ଶେଫାଲୀ।
ଶେଫାଳୀ ସଚିନଙ୍କ ଆଉ ଏକ ରେକର୍ଡ ମଧ୍ୟ ଭାଙ୍ଗିସାରିଛନ୍ତି। ଯେତେବେଳେ ସେ ୧୫ ବର୍ଷ ୨୮୫ ଦିନର ହୋଇଥିଲେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୪୯ ବଲରେ ୭୩ ରନ୍‌ କରିଥିଲେ। ସେହିପରି ସଚିନ୍‌ ଯେତେବେଳେ କ୍ୟାରିୟରର ପ୍ରଥମ ୫୦ ମାରିଥିଲେ ସେତେବେଳେ ତାଙ୍କୁ ୧୬ ବର୍ଷ ୨୧୪ ଦିନ ହୋଇଥିଲା। ଏଭଳି ପରିସ୍ଥିତିରେ ସେ ୫୦+ ରନ୍‌ କରିଥିବା ସର୍ବକନିଷ୍ଠ ଖେଳାଳି ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri