Categories: ଖେଳ

ପୁଅ ବେଶରେ କ୍ରିକେଟ ଏକାଡେମୀରେ ପ୍ରବେଶ କରିଥିଲେ ଏହି ମହିଳା କ୍ରିକେଟର୍‌

ଚଳିତବର୍ଷ ଟି -୨୦ ବିଶ୍ୱକପରେ ଭାରତୀୟ ମହିଳା କ୍ରିକେଟ ଷ୍ଟାର ଶେଫାଳି ସଫଳତା ଅର୍ଜନ କରିଥିଲେ। ମାତ୍ର ୧୬ ବର୍ଷ ବୟସରେ ଏହି ଖେଳାଳି ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ବଡ଼ ଦଳର ବୋଲରମାନଙ୍କୁ ଧୂଳି ଚଟାଇ ଦେଇଥିଲେ। ଶେଫାଳି ୨୦୧୯ ସେପ୍ଟେମ୍ବର ୧୫ ବର୍ଷ ବୟସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମହିଳା ଆନ୍ତର୍ଜାତୀୟ ଟି -୨୦ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ଭାରତ ପାଇଁ ଟି -୨୦ ମ୍ୟାଚ ଖେଳିଥିବା ସର୍ବକନିଷ୍ଠ ମହିଳା ଖେଳାଳି ହୋଇଥିଲେ। ବିସ୍ଫୋରକ ବ୍ୟାଟିଂ ଯୋଗୁ କ୍ରିକେଟର ବିରେନ୍ଦ୍ର ସେହ୍ପାଗଙ୍କ ସହ ତୁଳନା କରାଯାଏ। ମହିଳା ଟି -୨୦ ବିଶ୍ୱକପରେ ଶେଫାଳିଙ୍କ ଏହି ଜବରଦସ୍ତ ପ୍ରଦର୍ଶନ ଆଧାରରେ ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ଏହି ଟୁର୍ନାମେଣ୍ଟରେ ୧୬ ବର୍ଷୀୟ ବ୍ୟାଟ୍ସମ୍ୟାନ ୧୬୧ର ଷ୍ଟ୍ରାଇକ ହାରରେ ସ୍କୋର କରିଥିଲେ।
ଶେଫାଳି ହରିୟାଣାର ରୋହତକରୁ ଆସିଛନ୍ତି। କିନ୍ତୁ କ୍ରିକେଟରେ କ୍ୟାରିୟର ଗଢିବା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। ଝିଅମାନଙ୍କ ପାଇଁ ଏକାଡେମୀ ନ ଥିବାରୁ କ୍ରିକେଟ ଖେଳିବା ତାଙ୍କୁ ଜଣେ ପୁଅ ଭାବରେ କ୍ରିକେଟ ଖେଳିବାକୁ ପଡିଲା। ଝିଅ ହେତୁ କୌଣସି ପୁରୁଷ କ୍ରିକେଟ ଏକାଡେମୀ ଶେଫାଳୀଙ୍କୁ ଆଡମିଶନ କରିବାକୁ ମନା କରିଦେଇଥିଲେ। ତାଙ୍କ ପିତା ଶେଫାଳିଙ୍କ କେଶକୁ ପୁଅମାନଙ୍କ ପରି ରଖିବା ଆରମ୍ଭ କଲେ।ଏହା ମାଧ୍ୟମରେ ସେ ଆଡମିଶନ ପାଇଥିଲେ।

Share