Categories: ଜାତୀୟ

ନାଁ ନ ନେଇ ରାହୁଲଙ୍କ ଉପରେ ବର୍ଷିଲେ ଶାହା: ୧୩ଥର ଲଞ୍ଚ, ୧୩ଥର ଫେଲ୍‌

ନୂଆଦିଲ୍ଲୀ,୯।୮: ଲୋକ ସଭାରେ ବିରୋଧୀ ଦଳ ‘ଇଣ୍ଡିଆ’ର ଅନାସ୍ଥା ପ୍ରସ୍ତାବକୁ ନେଇ ବୁଧବାର ଆଲୋଚନା ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସରକାରଙ୍କ ତରଫରୁ ଜବାବ ରଖିଥିଲେ। ଏହି ସମୟରେ ସେ ନାଁ ନ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ।
ଶାହା କହିଛନ୍ତି, ଏହି ଗୃହରେ ଏପରି ଜଣେ ନେତା ଅଛନ୍ତି, ଯାହାଙ୍କୁ ୧୩ଥର ଲଞ୍ଚ କରାଗଲାଣି, କିନ୍ତୁ ୧୩ ଥର ବିଫଳ ହୋଇଛନ୍ତି। ତାଙ୍କର ଗୋଟିଏ ଲଞ୍ଚ୍‌ ଏହି ଗୃହରେ ହୋଇଥିଲା। ଜଣେ ଗରିବ ମା’ ବୁନ୍ଦେଲଖଣ୍ଡର ଥିଲେ। ନାମ ଥିଲା କଳାବତି। ସେ ତାଙ୍କ ଘରେ ଖାଇବାକୁ ଗଲେ। ତାଙ୍କ ଦାରିଦ୍ର୍ୟ ଶୁଣି ଏଠାରେ ଆସି ବର୍ଣ୍ଣନା କଲେ। ସରକାର ୬ ବର୍ଷ ଧରି ଚାଲିଥିଲା। ସେ କଳାବତିଙ୍କୁ କ’ଣ ସହାୟତା କଲେ? ସେହି କଳାବତିଙ୍କୁ ଘର, ବିଦ୍ୟୁତ, ଶୌଚାଳୟ, ଗହମ ମୋଦି ସରକାର ଯୋଗାଇଥିଲେ।

Share