ନୂଆଦିଲ୍ଲୀ,୧୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ପାଇଁ ରବିବାର(୧୭ ନଭେମ୍ବର ୨୦୨୪) ହେବାକୁ ଥିବା ସାଧାରଣ ସଭା ତଥା ବୈଠକକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବାତିଲ କରିଛନ୍ତି। ସେ ସମସ୍ତ ସଭାକୁ ବାତିଲ କରି ନାଗପୁର ଛାଡିଥିଲେ। ଗାଡଚିରୋଲି, ୱାର୍ଡ଼ ଏବଂ ନାଗପୁର ଜିଲାର କାଟୋଲ ଏବଂ ସାଭେନରେ ତାଙ୍କର ଚାରିଟି ସଭା ବାତିଲ କରାଯାଇଛି। ସୂଚନାନୁସାରେ, ମଣିପୁରରେ ଘଟିଥିବା ହିଂସା ଯୋଗୁଁ ଶାହାଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି।
ଏହାପୂର୍ବରୁ ସେ ଆଜିର ଚାରିଟି ସଭା ପାଇଁ ନାଗପୁରରେ ପହଞ୍ଚିଥିଲେ। ସେ ନାଗପୁରର ରେଡିସନ ବ୍ଲୁ ହୋଟେଲରେ ରହିଥିଲେ। ସେ ରବିବାର ସକାଳ ପ୍ରାୟ ୧୧ ଟା ସମୟରେ ଏକ ସାଧାରଣ ସଭା ପାଇଁ ଗାଡଚିରୋଲି ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ହଠାତ୍ ଏହା ଜଣାପଡିଲା ଯେ ତାଙ୍କ ଗସ୍ତ ବାତିଲ ହୋଇଛି।