Categories: ଜାତୀୟ

ଜବାହରଲାଲ ନେହେରୁଙ୍କ ଭୁଲ ଖୋଜିଲେ ଶାହା

ନୂଆଦିଲ୍ଲୀ,୨।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ଧାରା ୩୭୦ ବିଷୟରେ ଉଲ୍ଲେଖ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଜମ୍ମୁ କଶ୍ମୀରରେ ଧାରା ୩୭୦ ଲାଗୁ କରି ଭୁଲ କରିଛନ୍ତି।
ଶାହା ରାଜସ୍ଥାନର ଯୋଧପୁରରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଭାଜପାର ପ୍ରତିଷ୍ଠା ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଯେଉଁଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଜମ୍ମୁ-କଶ୍ମୀରରେ ୩୭୦କାର୍ଯ୍ୟକାରୀ କରି ସବୁଠୁ ବଡ ଭୁଲ କରିଥିଲେ। ଏହି ଭୁଲକୁ କେନ୍ଦ୍ର ସରକାର ବା ମୋଦି ସରକାର ଅଗଷ୍ଟ ୫, ୨୦୧୯ ରେ ସଂଶୋଧନ କରିଥିଲେ ଏବଂ ଜମ୍ମୁ-କଶ୍ମୀରରେ ଏହି ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା।
ସେ ଆହୁରି ମଧ୍ୟ କହିଛନ୍ତି, ଭାଜପା ଏପରି ଏକ ଦଳ ଯେଉଁଥିରେ ନେତାଙ୍କ ଶକ୍ତି ଉପରେ ନୁହେଁ ବରଂ ବୁଥ କର୍ମଚାରୀଙ୍କ ଶକ୍ତି ଉପରେ ଦଳ ନିର୍ବାଚନ ଜିତିବ। ନରେନ୍ଦ୍ର ମୋଦି ବିଶ୍ୱରେ ଦେଶର ପତାକା ଉତ୍ତୋଳନ କରିବାର କାର୍ଯ୍ୟ କରିଛନ୍ତି। ଏହା ସହ ସମଗ୍ର ଦେଶର ଲୋକ ତାଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ ହେବାକୁ ପ୍ରସ୍ତୁତ ଅଛନ୍ତି।

Share