Categories: ଜାତୀୟ

‘ରାଲିରେ ଲୋକ ନ ହେବାରୁ ଶାହା ହତାଶ’

କୋଲକାତା, ୧୭ା୩: ନିର୍ବାଚନୀ ପ୍ରଚାର ରାଲିରେ ଲୋକ ନ ହେବାରୁ ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ହତାଶ ହୋଇପଡ଼ିଛନ୍ତି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ। ସୋମବାର ଝାରଗ୍ରାମ ଜିଲାରେ ଶାହାଙ୍କ ରାଲି ବାତିଲ ହେବା ପଛରେ ଏହା ହିଁ କାରଣ ଥିଲା ବୋଲି ମମତା କହିଛନ୍ତି। ଏହାସହ ସେ ନିର୍ବାଚନ କମିଶନଙ୍କ ସ୍ବାଧୀନତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ସୁରକ୍ଷାକର୍ମୀଙ୍କୁ ହଟାଇବା ପଛରେ ଭାଜପା କ’ଣ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ମମତା ପଚାରିଛନ୍ତି। ବାଙ୍କୁରା ଜିଲାରେ ଏକ ନିର୍ବଚନୀ ରାଲିରେ ସେ କହିଛନ୍ତି, ଭାଜପା ସବୁବେଳେ ବିବାଦ ସୃଷ୍ଟି କରିବା ସହ ଜୋରଜବରଦସ୍ତି ଲୋକଙ୍କ ପାଟି ବନ୍ଦ କରିଦେବାକୁ ଉଦ୍ୟମ ଚଳାଇଛି। ହେଲେ ଏହା ବେଶୀ ଦିନ ଚାଲିବନି ବୋଲି ମମତା ହ୍ବିଲଚେୟାରରେ ପ୍ରଚାର କାର୍ଯ୍ୟକ୍ରମରେ କହିଥିଲେ।

Share