Posted inଜାତୀୟ

ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଶାହା

ନୂଆଦିଲ୍ଲୀ/ଇମ୍ଫାଲ, ୩୦ା୫: ହିଂସା ପ୍ରଭାବିତ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସୋମବାର ପହଞ୍ଚତ୍ଛନ୍ତି। ତାଙ୍କର ଏହି ୪ ଦିନିଆ ଗସ୍ତ ଅବସରରେ ସେ ବିଭିନ୍ନ ନେତା, ପଦାଧିକାରୀଙ୍କୁ ଭେଟି ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବେ। ଏଥିସହିତ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ଲାଗି ସେ ମେଇତି ଏବଂ କୁକି ସମ୍ପ୍ରଦାୟଙ୍କୁ ଏକାଠି କରିବେ ବୋଲି କୁହାଯାଉଛି। ଶାହାଙ୍କ ସହ ସ୍ବରାଷ୍ଟ୍ର ସଚିବ ଅଜୟ ଭାଲା, ଅନ୍ୟ ବରିଷ୍ଠ ଅଧିକାରୀମାନେ ଯାଇଛନ୍ତି। ରାଜ୍ୟର ସଂଖ୍ୟାଗରିଷ୍ଠ ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ଦେବା ନିଷ୍ପତ୍ତିକୁ ବିରୋଧ କରି କୁକି ଆଦିବାସୀ ସମ୍ପ୍ରଦାୟ ବିକ୍ଷୋଭ କରିବାରୁ ଏହା ସଂଘର୍ଷର ରୂପ ନେଇଥିଲା। ଚଳିତ ମାସ ଆରମ୍ଭରୁ ଏହି ଜାତିଗତ ହିଂସାକାଣ୍ଡରେ ୭୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ବହୁ ଗୃହଦାହ ସାଙ୍ଗକୁ ବିପୁଳ ସମ୍ପତ୍ତି ନଷ୍ଟ ହୋଇଛି। ହଜାର ହଜାର ଲୋକ ଘରଦ୍ୱାର ଛାଡ଼ି ରିଲିଫ୍‌ କ୍ୟମ୍ପ୍‌ରେ ଆଶ୍ରୟ ନେଇଛନ୍ତି। ହିଂସା ପରେ ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ମେଇତି ଓ କୁକି ସମ୍ପ୍ରଦାୟରୁ ବାର୍ତ୍ତା ଆସିଛି। ଶାହାଙ୍କ ଗସ୍ତ ଶାନ୍ତି ଫେରାଇ ଆଣିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ମଣିପୁର ସଂହତି ସମନ୍ବୟ କମିଟି କହିଛି। ସେହିପରି ୟୁନାଇଟେଡ୍‌ ପିପୁଲ୍ସ ଫ୍ରଣ୍ଟ ଏବଂ କୁକି ଜାତୀୟ ସଂଗଠନ ମଧ୍ୟ ଶାହାଙ୍କ ଗସ୍ତକୁ ସ୍ବାଗତ କରିଛନ୍ତି।
ଶାହାଙ୍କ ଗସ୍ତ ପୂର୍ବରୁ ମଣିପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରି ରହିଛି। ଇଷ୍ଟ ଇମ୍ଫାଲ ଜିଲାରେ ସୁରକ୍ଷା ବଳ ଉପରେ ଆକ୍ରମଣ ଯୋଜନା କରିଥିବା ୨୫ ଜଣ ସଶସ୍ତ୍ର ଲୋକଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ନିର୍ଦ୍ଦିଷ୍ଟ ଗୋଇନ୍ଦା ତଥ୍ୟକୁ ଆଧାର କରି ସଶସ୍ତ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରାଯାଇଛି। ସେମାନେ ସାନାସାବି, ଗବାଲଟାବି ଓ ଶାବୁନ୍‌ଖୋଲ ଖୁନାଓରେ ଗୃହଦାହ ସହ ସମ୍ପୃକ୍ତ ଥିଲେ। ସେମାନଙ୍କଠାରୁ ୫ଟି ୧୨ ବୋର୍‌ ଡବଲ ବ୍ୟାରେଲ୍‌ ରାଇଫଲ, ୩ଟି ସିଙ୍ଗଲ୍‌ ବ୍ୟାରେଲ୍‌ ରାଇଫଲ, ଗୋଟିଏ ଦେଶୀ ବନ୍ଧୁକ, ଇନ୍‌ସାସ୍‌ ରାଇଫଲ, ୬୦ ରାଉଣ୍ଡ ଗୁଳି, ଚାଇନା ନିର୍ମିତ ହ୍ୟାଣ୍ଡ ଗ୍ରେନେଡ୍‌ ଏବଂ ଗୋଟିଏ ଡିଟୋନେଟର ମିଳିଛି। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ଓ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୋମବାର ସକାଳେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଥିଲେ। ଜାତିଆଣ ହିଂସା ପରେ ସେନା କାର୍ଯ୍ୟାନୁଷ୍ଠାନରେ ୪୦ ସଶସ୍ତ୍ର ଉଗ୍ରପନ୍ଥୀ ନିହତ ହେଲେଣି ବୋଲି ରବିବାର ବୀରେନ୍‌ ସିଂ ସୂଚନା ଦେଇଥିଲେ। ଇମ୍ଫାଲରେ କର୍ଫ୍ୟୁ ବଳବତ୍ତର ରହିବା ସାଙ୍ଗକୁ ସୁରକ୍ଷା ବଳ ମୁତୟନ ଅଛନ୍ତି ଓ ବଜାର ବନ୍ଦ ରହିଛି। ରବିବାର ସଂଘର୍ଷଜନିତ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri