Advertisement

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଶାହା

ଭୁବନେଶ୍ୱର, ୨୧ା୫(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନକୁ ନିଜ ସପକ୍ଷରେ ପୂର୍ଣ୍ଣ ବହୁମତ ସହ ନେବା ଲାଗି ଭାଜପା ନିଜର ଜୋରଦାର ଉଦ୍ୟମ ଚଳାଇଛି। ଭାଜପାର ନିର୍ବାଚନୀ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ା ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପୂର୍ବାହ୍ନ ୧୦ଟା ୩୦ରେ ସମ୍ବଲପୁର ଗସ୍ତ କରି ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିବେ। ପରେ ରେମେଡ ଗଁା ପଡିଆଠାରେ ପୂର୍ବାହ୍ନ ୧୧ଟା ୧୫ରେ ଜନସଭାକୁ ସମ୍ବୋଧନ କରିବେ। ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେବେ। ଶାହା ଅପରାହ୍ନ ୧ଟାରେ କେନ୍ଦୁଝର, ଅପରାହ୍ନ ୨ଟା ୧୫ରେ ଢେଙ୍କାନାଳର ପରଜଙ୍ଗ(ବାଟଗାଁ ଖେଳପଡିଆ)ଠାରେ ଏବଂ ଅପରାହ୍ନ ୩ଟା ୧୫ରେ ନୟାଗଡ(ଲାଠିପଡା ଟାଙ୍ଗି ପଡିଆ)ଠାରେ ଅନୁଷ୍ଠତି ଜନସଭାକୁ ସମ୍ବୋଧନ କରିବେ। ସେହିପରି କେନ୍ଦ୍ର କୃଷି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ମଙ୍ଗଳବାର ମୋରଡା, ଉଦଳା, ଯଶୀପୁର ଏବଂ ରାଇରଙ୍ଗପୁର, ବାଙ୍ଗିରୀପୋଷି, ବାରିପଦାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ବୋଲି ଭାଜପା ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share