ଶାହା କଲେ ଡାଇରେକ୍ଟ ଆଟାକ୍‌ , ତାମିଲନାଡୁରୁ ଲଢିଥା’ନ୍ତେ ନବୀନ, ହେଲେ…

ନିମାପଡ଼ା, ୨୮।୫: ନିମାପଡ଼ା ସଭାରୁ ଡାଇରେକ୍ଟ ଆଟାକ୍‌ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସଭାରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାଣିତ ସ୍ବରରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ନବୀନଙ୍କୁ ତାମିଲନାଡୁର ଲଢ଼ିବାର ଥିଲା। ୨୫ ବର୍ଷ ହେଲାଣି ଆଜି ଯାଏଁ କାହା ସହ ଓଡ଼ିଆରେ କଥା ହୋଇ ନାହାନ୍ତି। ଏବେ ଜଣେ ଆସିବେ, ସେ ଆପଣଙ୍କ ସହ ତାମିଲରେ କଥା ହେବେ ବୋଲି ଶାହା କହିଛନ୍ତି।

ଭାଜପାକୁ ଜିତାନ୍ତୁ, ଓଡ଼ିଶାର ସନ୍ତାନ ମୁଖ୍ୟମନ୍ତ୍ରୀ ହେବ। ଭାଜପାକୁ ଜିତାନ୍ତୁ, ୫ ବର୍ଷ ଭିତରେ ସବୁ ଯୁବବର୍ଗଙ୍କୁ ଏଇଠି ଚାକିରି ମିଳିବ। ଖଣି ଖାଦାନ, ଠିକାଦାରୀ, ଚାକିରି ସବୁ ତାମିଲ ଲୋକଙ୍କୁ ମିଳୁଛି। ଯଦି ଏମିତି ହେବାର ଥିଲା, ତେବେ ନବୀନ ତାମିଲନାଡୁରୁ ଲଢ଼ିବାର ଥିଲା ବୋଲି ଶାହା କହିଛନ୍ତି।

Share