ନିଜ୍ଜାର ହତ୍ୟା ପାଇଁ ଶାହା ଦେଇଥିଲେ ନିର୍ଦ୍ଦେଶ, କାନାଡା ମନ୍ତ୍ରୀଙ୍କ ଅଭିଯୋଗ

ଓଟ୍ଟାଓ୍ବା,୩୦ା୧୦: କାନାଡାରେ ଶିଖ୍‌ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଟାର୍ଗେଟ କରିବା ପାଇଁ ହିଂସା, ଧମକ ଓ ଗୋଇନ୍ଦା ତଥ୍ୟ ସଂଗ୍ରହର ଏକ ଅଭିଯାନ ଚଳାଇବାକୁ ଭାରତର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ନିର୍ଦ୍ଦେଶ ଦେଇଥିବା ଓଟ୍ଟାଓ୍ବା ପକ୍ଷରୁ କୁହାଯାଇଛି। ଏହି ଅଭିଯୋଗ ଭାରତ-କାନାଡା ସମ୍ପର୍କରେ ଆହୁରି ତିକ୍ତତା ଭରିଦେଇପାରେ ବୋଲି ମନେକରାଯାଉଛି।

କାନାଡା ବହିର୍ବ୍ୟାପାର ଉପମନ୍ତ୍ରୀ ଡାଭିଡ୍‌ ମୋରିସନ୍‌ ଜାତୀୟ ସୁରକ୍ଷା କମିଟିର ପାର୍ଲାମେଣ୍ଟ ସଦସ୍ୟମାନଙ୍କୁ କହିଛନ୍ତି ଯେ, ଅଭିଯୋଗ ସମ୍ପର୍କରେ ପ୍ରଥମେ ପ୍ରକାଶ କରିଥିବା ‘ଓ୍ବାଶିଂଟନ୍‌ ପୋଷ୍ଟ’କୁ ସେ ଶାହାଙ୍କ ନାମ ଜଣାଇଦେଇଛନ୍ତି। ଜଣେ ସାମ୍ବାଦିକ ମୋରିସନ୍‌ଙ୍କୁ ଫୋନ୍‌ କରି ‘ଏହା ସେହି ବ୍ୟକ୍ତି କି’ ବୋଲି ପଚାରିଥିଲେ। ମୋରିସନ୍‌ ହଁ ଏହା ସେହି ବ୍ୟକ୍ତି ବୋଲି କନ୍‌ଫର୍ମ କରିଥିଲେ। ତେବେ ଶାହାଙ୍କ ସମ୍ପୃକ୍ତି ନେଇ କାନାଡା କିପରି ଜାଣିବାକୁ ପାଇଲା ତାହା ମୋରିସନ୍‌ ସ୍ପଷ୍ଟ କରିନାହାନ୍ତି।

ବର୍ଷକ ତଳେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିଥିଲେ, ୨୦୨୩ ଜୁନ୍‌ରେ କାନାଡୀୟ ଶିଖ୍‌ ଆକ୍ଟିଭିଷ୍ଟ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟା ମାମଲାରେ ଭାରତ ସରକାରଙ୍କ ଏଜେଣ୍ଟମାନଙ୍କ ସମ୍ପୃକ୍ତି ନେଇ କାନାଡା ପାଖରେ ବିଶ୍ୱସନୀୟ ପ୍ରମାଣ ରହିଛି। କାନାଡା କର୍ତ୍ତୃପକ୍ଷ ଏହି ପ୍ରମାଣ ଭାରତୀୟ ପ୍ରତିପକ୍ଷଙ୍କ ସହ ଶେୟାର କରିଥିବା ସୂଚନା ଦେଇଥିଲେ। କିନ୍ତୁ କାନାଡା ଏଭଳି କୌଣସି ପ୍ରମାଣ ଦେଇଥିବା ବିଷୟକୁ ଭାରତ ସରକାର ଲଗାତର ଖଣ୍ଡନ କରିବା ସହ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଆସିଛନ୍ତି। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୪ରେ କାନାଡା ଭାରତୀୟ ହାଇକମିଶନ ଓ ଅନ୍ୟ ୫ କୂଟନୀତିଜ୍ଞଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ସେମାନଙ୍କୁ ବହିଷ୍କାର କରିଥିଲା।

ବିଦେଶ ମାଟିରେ ଭାରତୀୟ ଅଧିକାରୀମାନେ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ନେଇ ଅଭିଯୋଗ ଆଣିବାରେ କାନାଡା ଏକମାତ୍ର ଦେଶ ନୁହେଁ। ଏହା ପୂର୍ବରୁ ଅକ୍ଟୋବର ମଧ୍ୟଭାଗରେ ଆମେରିକାର ନ୍ୟାୟ ବିଭାଗ ମଧ୍ୟ ଭାରତ ସରକାରଙ୍କ ଜଣେ ଅଧିକାରୀଙ୍କ ବିରୋଧରେ ଅନୁରୂପ ଅଭିଯୋଗ ଆଣିଥିଲା। ନ୍ୟୁୟର୍କରେ ରହୁଥିବା ଜଣେ ଶିଖ୍‌ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା ଉଦ୍ୟମରେ ବିକାଶ ଯାଦବଙ୍କ ସମ୍ପୃକ୍ତି ଥିବା ନେଇ ଆମେରିକା ଆଣିଥିବା ଅଭିଯୋଗକୁ ମଧ୍ୟ ଭାରତ ଖଣ୍ଡନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri