Categories: ଜାତୀୟ

୨ ନାତୁଣୀଙ୍କ ସହ ଚେସ୍‌ ଖେଳିଲେ ଶାହା, ସୋସିଆଲ ମିଡିଆରେ ଭାଇରାଲ…

ନୂଆଦିଲ୍ଲୀ,୯।୧୨ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ପୁଣି ଦୁଇ ନାତୁଣୀଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଶାହା ଏହି ଫଟୋକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋରେ ଶାହା ଦୁଇ ନାତୁଣୀଙ୍କ ସହ ଚେସ ଖେଳୁଥିବା ନଜର ଆସିଛନ୍ତି। କ୍ୟାପସନରେ ଅମିତ ଶାହା ଲେଖିଛନ୍ତି, ଗୋଟିଏ ଭଲ ପଦକ୍ଷେପରେ ସନ୍ତୁଷ୍ଟ ହୁଅ ନାହିଁ, ସର୍ବଦା ଭଲ ଖୋଜ।

ପୂର୍ବରୁ ମଧ୍ୟ ଶାହା ତାଙ୍କ ନାତୁଣୀଙ୍କ ସହ ହ୍ବାଟସ ଆପରେ ଏକ ଫଟୋ ଶେୟାର କରିଥିଲେ। ବଗିଚାରେ ଏକ ଚେୟାରରେ ବସିଥିବା ନାତୁଣୀଙ୍କ ସହ ଏକ ଫଟୋ ପୋଷ୍ଟ କରି ଅମିତ ଶାହା ଏକ ପ୍ରେରଣାଦାୟକ କ୍ୟାପସନ ଲେଖିଛନ୍ତି। ଉଭୟ ନାତୁଣୀମାନେ ସେମାନଙ୍କ ଜେଜେବାପାଙ୍କୁ ବହୁତ ଭଲ ପାଆନ୍ତି।

ଅମିତ ଶାହା ଏବଂ ତାଙ୍କ ସ୍ତ୍ରୀ ସୋନାଲ ଶାହାଙ୍କର ପୁଅ ଜୟ ଶାହା। ଯିଏକି ବର୍ତ୍ତମାନ ବିସିସିଆଇର ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Share