ନବୀନଙ୍କୁ ଶାହାଙ୍କ ପ୍ରଶଂସା

ଭୁବନେଶ୍ୱର,୫ା୮(ଅନିଲ ଦାସ): ଓଡ଼ିଶାର ମାଓବାଦୀ ଦମନ ନୀତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ରାଜ୍ୟ ସରକାରଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶାହା ଶନିବାର ଲୋକସେବା କନ୍‌ଭେନ୍‌ସନ୍‌ ହଲ୍‌ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିବ ଭାବେ ଯୋଗ ଦେଇ କହିଛନ୍ତି ଯେ, ୨୦୧୫ ରୁ ୨୦୧୯ ମଧ୍ୟରେ ମାଓବାଦୀ ଘଟଣା ୩୦% ହ୍ରାସ ପାଇଛି। ଗୁଳି ବିନିମୟ ତଥା ଆକ୍ରମଣ ଘଟଣାରେ ୩୨ ପ୍ରତିଶତ ଓ ସୁରକ୍ଷାକର୍ମୀଙ୍କ ମୃତ୍ୟୁରେ ୫୬ ପ୍ରତିଶତ ହ୍ରାସ ଘଟିଛି । ଗତ ୯ ବର୍ଷରେ ମାଓବାଦକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରିଛି। ମାଓବାଦୀ ମୁକାବିଲାରେ ଓଡ଼ିଶା କେନ୍ଦ୍ର ସରକାରଙ୍କୁ ସର୍ବଦା ସମର୍ଥନ କରିଛି। ଏନେଇ ଶାହା ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ଖାଲି ଏତିକି ନୁହେଁ, ବିପର୍ଯ୍ୟୟ ପରିଚାଳନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ଶୂନ ମୃତ୍ୟୁ ସଙ୍କଳ୍ପକୁ ବି ଶାହା ଭୂୟସୀ ପ୍ରଶାଂସା କରିଛନ୍ତି। ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଜାତୀୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉନ୍ନତ ଜ୍ଞାନ କୌଶଳ ଆପଣାଇ ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲିଟି କାର୍ଯ୍ୟକାରୀ କରିବାରେ ଓଡିଶା ସଫଳ ହୋଇଛି। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ରୋଲ ମଡେଲ ପାଲଟିଛ। କେନ୍ଦ୍ର ଏବଂ ରାଜ୍ୟ ମିଶି କାମ କଲେ ବିପର୍ଯ୍ୟୟ ପରାସ୍ତ ହେଉଛି ବୋଲି ଶାହା କହିଛନ୍ତି।

Share