Categories: ଜାତୀୟ

ଭର୍ଚୁଆଲ ରାଲିରେ ଗର୍ଜିଲେ ଶାହା

କୋଲକାତା, ୩୧।୧: ପଶ୍ଚିମବଙ୍ଗର ହାଓ୍ବାଡ଼ାରେ ରବିବାର ଭାଜପା ପକ୍ଷରୁ ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ରାଲିରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ରାଜନୈତିକ ଦଳ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନରେ ରାଜ୍ୟରେ ତୃଣମୂଳ କ୍ଷମତାଚ୍ୟୁତ ହେବ ବୋଲି ଶାହା କହିଛନ୍ତି। ରାଜ୍ୟରେ ଭାଜପା ସରକାର ଗଠନ ହେଲେ ପ୍ରଥମେ ଏଠାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ସେହିପରି କୃଷକ ସମ୍ମାନ ନିଧି ଯୋଜନା ମଧ୍ୟ ପ୍ରଣୟନ କରାଯିବ ବୋଲି ଶାହା କହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ବିସ୍ଫୋରଣ ପରେ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରାଯାଇଥିଲା। ତେବେ ଆୟୋଜିତ ରାଲିରେ ସେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେବାକୁ ସ୍ବୀକୃତି ଦେଇଥିଲେ।

Share