ଝିଅକୁ କଥା ଦେଇ ରଖିପାରି ନ ଥିଲେ ଶାହାରୁଖ, ପରେ ଶୁଣିଥିଲେ ଗାଳି

ବଲିଉଡର ବାଦ୍‌ଶାହା ଶାହାରୁଖ ଖାନ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ରହିଥିବା ଶାହାରୁଖଙ୍କ ଝିଅ ସୁହାନା ବାପାଙ୍କୁ ନେଇ ଅନେକ ଯତ୍ନବାନ। ଶାହାରୁଖଙ୍କ ସିଗାରେଟ ପିଇବା ଅଭ୍ୟସ ପାଇଁ ସୁହାନା ତାଙ୍କୁ ଅନେକ ଥର ବାରଣ କରିଛନ୍ତି।
ଶାହାରୁଖ ତାଙ୍କ ଫିଲ୍ମ ରାଓ୍ବନର ପ୍ରମୋଶନ ବେଳେ ସିଗାରେଟ୍‌ ପିଇବାକୁ ନେଇ ସୁହାନା ବାପାଙ୍କୁ  ବୁଝାଇଥିଲେ। ପରେ ସେ ଏପରି ଆଗକୁ ନକରିବା ପାଇଁ ଝିଅକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହାକୁ ସେ ପୂରା କରିପାରି ନଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ସିଗାରେଟ୍‌ ପିଇଥିବା ଜାଣି ଝିଅ ସୁହାନା ତାଙ୍କୁ ଅନେକ ଗାଳି କରିଥିଲେ।
ପରେ ଶାହରୁଖ କହିଥିଲେ ଯେ, ଏହା ଲଜ୍ଜାଜନକ ଆମେ ଫିଲ୍ମରେ ଧୂମପାନ ନ କରିବାକୁ ପରାମର୍ଶ ଦେଇଥାଉ। ମାତ୍ର ବାସ୍ତବ ଜୀବନରେ ଏହାକୁ ଅନୁସରଣ କରୁନାହୁଁ। ମୁଁ ପ୍ରକୃତରେ ଏହାକୁ ଛାଡିବାକୁ ଚାହୁଁଛି, କିନ୍ତୁ ଏହା କରି ପାରୁ ନାହିଁ।

Share