ବିବାହର ପ୍ରଥମ ରାତିରେ କାନ୍ଦିଥିଲେ ଶାହରୁଖ: ସ୍ତ୍ରୀଙ୍କୁ ଛାଡି ପଳାଇଥିଲେ…

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ବଲିଉଡର ସବୁଠାରୁ ଧନୀ ଅଭିନେତା ହେବା ବ୍ୟତୀତ ସେ ଅନ୍ୟତମ ଲୋକପ୍ରିୟ ଅଭିନେତା ମଧ୍ୟ ଅଟନ୍ତି। ଶାହାରୁଖ ଖାନ ବଲିଉଡର ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ଏହି ଯାତ୍ରା ୩୨ ବର୍ଷ ଧରି ଚାଲିଛି।

ଶାହାରୁଖ ଖାନଙ୍କ ସହ ତାଙ୍କ ପରିବାର ମଧ୍ୟ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଶାହାରୁଖଙ୍କ ସ୍ତ୍ରୀଗୌରୀ ଖାନ ମଧ୍ୟ ବେଶ୍‌ ଲୋକପ୍ରିୟ। ଇଣ୍ଟେରିୟର ଡିଜାଇନର୍‌ ହେବା ବ୍ୟତୀତ ସେ ଜଣେ ଫିଲ୍ମ ନିର୍ମାାତା ମଧ୍ୟ ଅଟନ୍ତ। ଗୌରୀ ୧୯୯୧ରେ ଶାହାରୁଖଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ପ୍ରଥମ ରାତିରେ ଶାହାରୁଖ ତାଙ୍କ ପତ୍ନୀଙ୍କୁ ମଶା ଭରା କୋଠରୀରେ ଛାଡିଥିଲେ। ସେ ମଧ୍ୟରାତ୍ରିରେ ଫେରି ଗୌରୀଙ୍କୁ ଦେଖିବା ପରେ କାନ୍ଦିବାକୁ ଲାଗିଲେ।

ଯେତେବେଳେ ଶାହାରୁଖ ଗୌରୀଙ୍କୁ ବିବାହ କରିଥିଲେ, ବଲିଉଡରେ ଏହା ତାଙ୍କର ପ୍ରାରମ୍ଭିକ ପର୍ଯ୍ୟାୟ ଥିଲା। ସେ ସେତେବେଳେ ସଂଘର୍ଷ କରୁଥିଲେ ଏବଂ ଫିଲ୍ମ ‘ଦିଲ ଆଶନା ହୈ’ ଶୁଟିଂରେ ବ୍ୟସ୍ତ ଥିଲେ। ଏହି ଚଳଚ୍ଚିତ୍ରର ନିର୍ମାତା ଏବଂ ନିର୍ଦ୍ଦେଶକ ଥିଲେ ହେମା ମାଳିନି। ଶାହାରୁଖ ଏବଂ ଗୌରୀ ମୁମ୍ବାଇ ବାହାରେ ବିବାହ କରିଥିଲେ।

ଶାହାରୁଖ ସେହି ସମୟରେ ମୁମ୍ବାଇର ଏକ ଫ୍ଲାଟରେ ରହୁଥିଲେ। କିନ୍ତୁ ଶାହାରୁଖଙ୍କ ସାଙ୍ଗ ତାଙ୍କ ପାଇଁ ହୋଟେଲରେ ଏକ ରୁମ ବୁକ କରିଥିଲେ। ଗୌରୀ ଶାହାରୁଖ ବିବାହ ପରେ ଫେରିଥିଲେ। କିନ୍ତୁ ବିବାହ ଖବର ହେମାମାଳିନୀଙ୍କୁ ଜଣାଇ ନ ଥିଲେ। ଶାହରୁଖ ବିବାହ ପରେ ଏହି ଖବର ହେମାଙ୍କୁ ଦେଇଥିଲେ। କିନ୍ତୁ ହେମା ମାଳିନୀ ତାଙ୍କୁ ତୁରନ୍ତ ସେଟକୁ ଆସିବାକୁ କହିଥିଲେ।
ଶାହାରୁଖ ଗୌରୀଙ୍କ ସହ ସେଟରେ ପହଞ୍ଚିଥିଲେ। ତେବେ ସେଟରେ ହେମା ଉପସ୍ଥିତ ନ ଥିଲେ। ହେମାଙ୍କୁ ବହୁତ ସମୟ ଅପେକ୍ଷା କରିଥିଲେ କିନ୍ତୁ ସେ ଆସିଲେ ନାହିଁ। ତା’ପରେ ଶାହରୁଖ ଗୌରୀଙ୍କୁ ନେଇ ତାଙ୍କ ମେକଅପ ରୁମରେ ବସାଇଥିଲେ। ସେତେବେଳେ ରାତି ୧୧ଟା ହୋଇଥିଲା। ଏହା ପରେ ଶାହାରୁଖ ରାତି ୨ଟାରେ ଗୌରୀଙ୍କ ନିକଟକୁ ଫେରିଥିଲେ।

ଶାହାରୁଖ ଖାନ ଆସି ଦେଖିଲେ ଯେ, ତାଙ୍କ ସ୍ତ୍ରୀ ଭାରୀ ଅଳଙ୍କାର ପିନ୍ଧି ଲୁହା ଚେୟାରରେ ବସି ବସି ଶୋଇପଡିଥିଲେ। ତାଙ୍କ ବିବାହ ରାତିର କାହାଣୀ ବର୍ଣ୍ଣନା କରି ଶାହାରୁଖ କହିଥିଲେ, ମୋର ନିଷ୍ପତ୍ତି ପାଇଁ ମୁଁ ସେଦିନ କାନ୍ଦିବାକୁ ଲାଗିଲି। ବିବାହର ପ୍ରଥମ ରାତି ମଶା ଭର୍ତ୍ତି କୋଠରୀରେ ଗୌରୀଙ୍କୁ ବିତାଇଥିଲେ। ମୁଁ ଗୌରୀକୁ ଉଠାଇଲି ଏବଂ ତାଙ୍କୁ କିଛି କହିଲି ନାହିଁ। ସେ ମୋତେ କିଛି ମଧ୍ୟ ପଚାରିଲେ ନାହିଁ। ଏହା ପରେ ଆମେ ଚୁପଚାପ ଟ୍ୟାକ୍ସି ଯୋଗେ ହୋଟେଲକୁ ଫେରିଲୁ। ମୋ ପାଇଁ, ସେହି ଦିନଗୁଡ଼ିକ ସଂଘର୍ଷର ଦିନ ଥିଲା କିନ୍ତୁ ସେହି ରାତି ମୋ ଜୀବନରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା।

Share