Categories: ବାଣିଜ୍ୟ

ଶାହରୁଖ ଟାଇଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୨୪।୧: ଦେଶର ପ୍ରମୁଖ ଡିଟରଜେଣ୍ଟ ବ୍ରାଣ୍ଡ୍‌ ଟାଇଡ୍‌ର ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ ନିଯୁକ୍ତ ହୋଇଥିବାବେଳେ କମ୍ପାନୀ ସହ ତାଙ୍କର ଏକ ସହଭାଗିତା ହୋଇଛି। ଏପରିକି ଗତ ଦଶନ୍ଧି ଧରି ଟାଇଡ୍‌ ମ୍ୟାଜିକ୍‌ ଲିକୁଇଡ୍‌ ଓ ଟାଇଡ୍‌ ପଡ୍‌ସ ଭଳି ନୂଆ ୱାଶ୍‌ କେୟାର ସମାଧାନର ଶୁଭାରମ୍ଭ ସହ ଅନେକ ପଦକ୍ଷେପ ଜରିଆରେ ଟାଇଡ୍‌ର ପ୍ରତିବଦ୍ଧତାକୁ ପ୍ରକାଶ କରିଛି। ଏହି ପରିପ୍ରେକ୍ଷୀରେ ଶାହରୁଖ କହିଛନ୍ତି, ଟାଇଡ୍‌ ସହ ମୋର ଏହି ସହଭାଗିତା କେବଳ ବ୍ରାଣ୍ଡ୍‌କୁ ସମର୍ଥନ କରିବା ପାଇଁ ନୁହେଁ ବରଂ ଏହାର ଶ୍ରେଷ୍ଠତା ବିଷୟରେ ସର୍ବସାଧାରଣଙ୍କୁ ଅନୁମୋଦନ କରିବା। ଏପରିକି ଟାଇଡ୍‌ ସହଯୋଗ ଦେଇ ମୁଁ ଖୁସି ଓ ଟାଇଡ୍‌କୁ ଅସଲି (ପ୍ରକୃତ) ଏସ୍‌ଆର୍‌କେ ଭାବେ ସୁପାରିସ କରୁଛି। ମୁଁ ଚାହେଁ ଲୋକମାନେ ସଫେଇ ପାଇଁ ଉତ୍କୃଷ୍ଟ ସମାଧାନ ପାଆନ୍ତୁ। ସେହିଭଳି ଫେବ୍ରିକ କେୟାରର ଭାଇସ୍‌ ପ୍ରେସିଡେଣ୍ଟ ତଥା ପି ଆଣ୍ଡ ଜି (ଇଣ୍ଡିଆ)ର ସିଏମ୍‌ଓ ମୁକ୍ତା ମାହେଶ୍ୱରୀ କହିଛନ୍ତି, ବିଶ୍ୱର ନଂ.୧ ଡିଟରଜେଣ୍ଟ ବ୍ରାଣ୍ଡ୍‌ ଟାଇଡ୍‌ ଇଣ୍ଡିଆର ପ୍ରତିଟି ଘରେ ବେଶ୍‌ ପରିଚିତ ହୋଇଥିଲାବେଳେ ଲୋକମାନଙ୍କର ଆବଶ୍ୟକତାକୁ ଏହା ଭଲ ଭାବେ ପୂରଣ କରିଥାଏ। ଏପରିକି ଟାଇଡ୍‌ ସହ ଶାହରୁଖଙ୍କ ସହଭାଗିତା ଆମକୁ ବେଶ୍‌ ଉତ୍ସାହିତ କରିଛି। ବିଶେଷକରି ଦାଗ ଅପସାରଣ କିଙ୍ଗ୍‌ ଭାବେ ଶାହରୁଖ ନୂଆ ଓ ଉନ୍ନତ ଟାଇଡ୍‌ର ସମର୍ଥନକୁ ନେଇ ଆମେ ଆନନ୍ଦିତ ଅଛୁ। ସାରା ଦେଶରେ ଗ୍ରାହକ ଓ ପ୍ରଶଂସକଙ୍କ ପାଇଁ ଏସ୍‌ଆର୍‌କେ ଟାଇଡ୍‌ ଅସଲି (ରିୟଲ) ଏସ୍‌ଆର୍‌-ଦାଗ ଅପସାରଣ କିଙ୍ଗ୍‌କୁ ସୁପାରିସ କରି ଆମେ ବେଶ୍‌ ଆନନ୍ଦିତ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share