Categories: ବାଣିଜ୍ୟ

ଶାହରୁଖ ‘ଡାର୍କ ଫାଣ୍ଟାସି’ର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୫।୮: ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ତଥା ଆଇଟିସି ବ୍ରାଣ୍ଡ୍‌ ସନ୍‌ ଫିଷ୍ଟ ବଲିଉଡ ଅଭିନେତା ଶାହରୁଖ ଖାନ୍‌ଙ୍କୁ ‘ଡାର୍କ ଫାଣ୍ଟାସି’ର ନ୍ୟୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତି ଦେଇଥିବା ଘୋଷଣା କରିଛି। ବିଶେଷ କରି କିଙ୍ଗ ଅଫ ଫାଣ୍ଟାସି ଶାହରୁଖ ଖାନ୍‌ଙ୍କୁ ନେଇ ବ୍ରାଣ୍ଡ୍‌ ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଏପରିକି ସନଫିଷ୍ଟ ତା’ର ଗ୍ରାହକମାନଙ୍କ ସହିତ ନିବିଡ ସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟରେ ‘ସନଫିଷ୍ଟ ଡାର୍କ ଫାଣ୍ଟାସି ‘ପ୍ରତ୍ୟେକ ହୃଦୟର କଳ୍ପନା’ ନାମରେ ନିଜର ନବୀକୃତ ବ୍ରାଣ୍ଡ୍‌ ପରିଚିତି ପ୍ରଚଳନ କରିଛି। ସେହିଭଳି ‘କିଙ୍ଗ ଅଫ ବିସ୍କୁଟ୍‌ସ’ ଶକ୍ତି ସହିତ ‘କିଙ୍ଗ ଅଫ ବଲିଉଡ’ ଯୋଗ ଦେଉ ଥିବାରୁ ବିଜ୍ଞାପନ ଏବଂ ବ୍ରାଣ୍ଡିଂ କ୍ଷେତ୍ରରେ ସେମାନଙ୍କର ଏହି ସହଯୋଗିତା ଏକ ନୂତନ ଯୁଗ ଆରମ୍ଭ ନିମନ୍ତେ ମଞ୍ଚ ପ୍ରସ୍ତୁତ କରିଛି। ସନଫିଷ୍ଟର ଡାର୍କ ଫାଣ୍ଟାସି- ‘ପ୍ରତ୍ୟେକ ହୃଦୟର କଳ୍ପନା’ ଯାତ୍ରାରେ ଅଗ୍ରସର ହେଉଥିବା ବେଳେ ଏହା ଉପଭୋକ୍ତାମାନଙ୍କୁ ଶାହରୁଖ ଖାନଙ୍କ ଆକର୍ଷଣ ଏବଂ ବ୍ରାଣ୍ଡ୍‌ ବିସ୍କୁଟର ମନମୁଗ୍ଧକର ସ୍ବାଦର ମାର୍ଗଦର୍ଶନରେ ଏକ ଅନନ୍ୟ ଦୁଃସାହସିକ ଯାତ୍ରାରେ ଭାଗ ନେବାକୁ ଆମନ୍ତ୍ରଣ କରୁଛି।
ଏ ସମ୍ପର୍କରେ ଆଇଟିସି ଫୁଡସର ଚିଫ ଅପରେଟିଂ ଅଫିସର (ବିସ୍କୁଟସ ଆଣ୍ଡ କେକସ କ୍ଲଷ୍ଟର) ଅଲି ହ୍ୟାରିସ ଶେରେ କହିଛନ୍ତି, ସନଫିଷ୍ଟ ଫାଣ୍ଟାସିର ଚେହେରା ଭାବେ ବଲିଉଡ କିଙ୍ଗ ଶାହରୁଖ ଖାନ୍‌ଙ୍କୁ ପାଇ ଆମେ ବେଶ ଉତ୍ସାହିତ ଅଛୁ।

Share