ଯବାନକୁ ନେଇ ଶାହରୁଖଙ୍କ ବଡ ଘୋଷଣା, ଗୋଟିଏ ଟିକେଟ୍‌ କିଣିଲେ ଗୋଟିଏ ମିଳିବ ମାଗଣା

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ଅଭିନୀତ ‘ଯବାନ’ ଦେଶ ତଥା ବିଦେଶରେ ରେକର୍ଡ ଭାଙ୍ଗୁଛି। ଏହି ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସରେ ୫୫୦ କୋଟିରୁ ଅଧିକ ଆୟ କରିଛି ଏବଂ ବର୍ତ୍ତମାନ ଏହା ୬୦୦ କୋଟି ଟଙ୍କାର ମାର୍କ ଅତିକ୍ରମ କରିବାକୁ ଯାଉଛି। ନିକଟରେ ବିଶ୍ୱବ୍ୟାପୀ ୧୦୦୦କୋଟି ଟଙ୍କା ଅତିକ୍ରମ କରି ରେକର୍ଡ କରିଛି।

‘ଯବାନ’ ଶାହାରୁଖ ଖାନଙ୍କ କ୍ୟାରିୟରର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି। ତେବେ ବର୍ତ୍ତମାନ ଫିଲ୍ମର ଆୟ ହ୍ରାସ ପାଉଛି। ଏଭଳି ପରିସ୍ଥିତିରେ ନିର୍ମାତା ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ପଠାଇବାକୁ ଏକ ନୂଆ କୌଶଳ ଆପଣେଇଛନ୍ତି ଏବଂ ଟିକେଟ୍‌ରେ ଅଫର ଘୋଷଣା କରିଛନ୍ତି।

ଯବାନର ଆୟ ହ୍ରାସ ପାଉଥିବା ଦେଖି ନିର୍ମାତା ଏହାର ଟିକେଟ ଉପରେ ଏକ ବଡ଼ ଅଫର ଘୋଷଣା କରିଛନ୍ତି। ଇନଷ୍ଟା ଉପରେ ରେଡ ଚିଲିଜ ଏଣ୍ଟରଟେନମେଣ୍ଟର ପୋଷ୍ଟରେ ଲେଖା ହୋଇଛି ଡବଲ ଧମାକା। ଗୋଟିଏ ଟିକେଟ କିଣିବା ପରେ ଦ୍ୱିତୀୟ ଟିକେଟ ସମ୍ପୂର୍ଣ୍ଣ ମାଗଣା। ୧ + ୧ ଅଫର। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କ ପ୍ରିୟଜନଙ୍କ ସହ ଯବାନ ଉପଭୋଗ କରନ୍ତୁ।

Share