‘ଯଓ୍ବାନ’ର ପ୍ରଥମ ପୋଷ୍ଟର ଶେୟାର କଲେ ଶାହାରୁଖ

ମୁମ୍ବାଇ: ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହୋଇଛନ୍ତି କିଙ୍ଗ୍‌ ଖାନ୍‌ ଶାହାରୁଖ। ତାଙ୍କର ଅଗାମୀ ଫିଲ୍ମ ‘ଯଓ୍ବାନ’କୁ ଦର୍ଶକଙ୍କ ସାମ୍ନାକୁ ଆଣିବା ପାଇଁ ଏହାର ଟିଜର ରିଲିଜ ହେବାର ଦିନକ ପରେ ଶାହାରୁଖ୍‌ ଫିଲ୍ମର ପ୍ରଥମ ପୋଷ୍ଟର ଦର୍ଶକଙ୍କ ସହ ଶେୟାର କରିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିଛନ୍ତି।

ଏହି ଫିଲ୍ମକୁ ରେଡ୍‌ ଚିଲିଜ ଏଣ୍ଟରଟେନ୍‌ମେଣ୍ଟ ସ୍ପେଶାଲ ପ୍ରୋଜେକ୍ଟ ବୋଲି କୁହାଯାଉଛି। ପୋଷ୍ଟରରେ ଶାହାରୁଖଙ୍କୁ ଆହତ ଅବସ୍ଥାରେ ଦେଖିବାକୁ ମିଳିଛି। ଫଟୋ ଶେୟାର କରି ସେ ଫିଲ୍ମ ନିର୍ମାତାଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏଟଲୀ। ସେ ସାଉଥ୍‌ର ଜଣାଶୁଣା ନିର୍ଦ୍ଦେଶକ।

ଏହି ଫିଲ୍ମକୁ ନେଇ ଅନେକ କଥା କୁହାଯାଉଥିବା ବେଳେ ଏବେ ଫିଲ୍ମରେ କିଙ୍ଗ୍‌ଖାନ୍‌ଙ୍କ ଲୁକ୍‌ ସାମ୍ନାକୁ ଆସିଛି। ଏକ ରଫ୍‌ ବ୍ୟାକ୍‌ ଗ୍ରାଉଣ୍ଡରେ କ୍ଷତାକ୍ତ ଅବସ୍ଥାରେ ଦେହମୁଣ୍ଡରେ ପଟି ବାନ୍ଧି ବସିଛନ୍ତି କିଙ୍ଗ୍‌ଖାନ। ଫିଲ୍ମଟି ୨ ଜୁନ୍‌ ୨୦୨୩ ରେ ସାରା ବିଶ୍ୱରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ ଓ କନ୍ନଡ଼ ଭାଷାରେ ରିଲିଜ ହେବ।

Share