ବଲିଉଡ୍‌ର ସବୁଠାରୁ ମହଙ୍ଗା ବଡିଗାର୍ଡ ରଖିଛନ୍ତି ଏହି ଅଭିନେତା; ବର୍ଷକୁ ଦରମା ଦିଅନ୍ତି…

ବମ୍ବେ: କିଙ୍ଗ ଖାନ୍‌ ଶାହାରୁଖ୍‌ ଯେଉଁଠିକୁ ବି ଯାଆନ୍ତି ତାଙ୍କୁ ପ୍ରଶଂସକମାନେ ଘେରି ଯାଇଥାନ୍ତି। ଏଣୁ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଜଣେ ବଡିଗାର୍ଡ ରଖିଛନ୍ତି। ତାଙ୍କ ନାମ ହେଉଛି ରବି ସିଂହ। ଛାଇ ଭଳି ରବି ଶାହାରୁଖଙ୍କ ଆଗରେ ନଚେତ ପଛରେ ଚାଲିଥାନ୍ତି। ଦୀର୍ଘ ନଅ ବର୍ଷ ଧରି ସେ ଅଭିନେତାଙ୍କ ସହ ଅଛନ୍ତି। ତାଙ୍କୁ ବଲିଉଡ୍‌ର ସବୁଠାରୁ ମହଙ୍ଗା ବଡିଗାର୍ଡ ବୋଲି କୁହାଯାଏ। କାରଣ ସେ ଶାହାରୁଖଙ୍କଠାରୁ ପ୍ରତିବର୍ଷ ୨.୭ କୋଟି ଟଙ୍କା ଦରମା ନେଇଥାନ୍ତି।

Share