‘ପଠାନ’ରେ ଶାହାରୁଖଙ୍କ ଜବରଦସ୍ତ ଲୁକ୍‌

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାଁ ରଙ୍ଗିନ ଦୁନିଆରେ ପାଦ ରଖିବା ଅର୍ଥାତ୍ ବଲିଉଡରେ ଏଣ୍ଟ୍ରି କରିବାର ୩୦ ବର୍ଷ ପୂରଣ ହେଲାଣି । ଏହାରି ଭିତରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିବା ଶାହାରୁଖ କିନ୍ତୁ ପ୍ରଥମ ଅଭିନୟରୁ ହୋଇଥିଲେ ହିଟ୍ । ତେବେ ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶାହାରୁଖ ସୋସିଆଲ ମିଡିଆରେ ତାଙ୍କ ଅଗାମୀ ଫିଲ୍ମ ‘ପଟାନ’ର ଲୁକ୍ ରିଲିଜ୍ କରିଛନ୍ତି । ଏଥିରେ ଶାହାରୁଖ ଜଣେ ଇଣ୍ଡିଆନ ଏଜେଣ୍ଟ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମର ପ୍ରଥମ ଲୁକ୍ସରେ ଶାହାରୁଖ ଖୁବ୍ ସୁନ୍ଦର ଲାଗୁଛନ୍ତି ବୋଲି କୁହାଯାଉଛି ।
କିଙ୍ଗ୍ ଖାଁ ତାଙ୍କ ସୋସିଆଲ ମଡିଆରେ ଏକ ମୋଶନ ପୋଷ୍ଟର ଶେୟାର କରିଛନ୍ତି । ଏଥିରେ ସେ ଲମ୍ବା ବୁଟ ଓ ସାର୍ଟ-ପ୍ୟାଣ୍ଟ ପିନ୍ଧିଥିବା ଦେଖାଯାଇଛି । ତାଙ୍କ ଶରୀର ଓ ଓଠରେ ରକ୍ତ ଲାଗିଥିବା ବେଳେ ସେ ଖୁବ୍ ଭୟଙ୍କର ଦେଖାଯାଉଛନ୍ତି । ଏହାକୁ ଶେୟାର କରି ଲେଖିଛନ୍ତି ୩୦ ବର୍ଷ ହୋଇଗଲା, ଆହୁରି ଆଗକୁ ଯିବି । କାରଣ ଆପଣଙ୍କ ହସ ଓ ଭଲପାଇବାର ଅନ୍ତ ନାହିଁ । ପଠାନ ସହ ଏହାକୁ ଆଗକୁ ବଢାଯାଉଛି । ୨୫ ଜାନୁୟାରୀ ୨୦୨୩ରେ ରିଲିଜ୍ ହେବ ପଠାନ ।

ଶାହାରୁଖଙ୍କ ଲୁକ ସାମ୍ନାକୁ ଆସିବା ପରେ ଏହା ଟୁଇଟରରେ ଟ୍ରେଣ୍ଡ ହେବାକୁ ଲାଗିଲା । ଦର୍ଶକେ ବଡ ଉତ୍ସାହର ସହ ଏହି ଫିଲ୍ମକୁ ଅପେକ୍ଷା ରଖିଛନ୍ତି ।

Share