ମୁମ୍ବାଇ: ଶାହାରୁଖ ଖାଁ ବଲିଉଡର ଜଣେ ଆଗଧାଡିର କଳାକାରଙ୍କ ମଧ୍ୟରୁ ଅନ୍ୟତମ । ବଲିଉଡର ଏହି ବାଦଶାହାଙ୍କୁ ୨୦୧୮ ପରଠାରୁ ଆଉ ସିଲଭର ସ୍କ୍ରିନରେ ଦେଖିବାକୁ ମିଳିନାହିଁ ସତ । ହେଲେ ତାଙ୍କର ପପୁଲାରିଟି ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଶେଷଥର ପାଇଁ ଫିଲ୍ମ ‘ଜିରୋ’ରେ ସେ ନଜର ଆସିଥିଲେ । ହେଲେ ଶାହାରୁଖ ସୋସିଆଲ ମିଡିଆରେ ଖୁବ୍ ପପୁଲାର । ଇନଷ୍ଟାଗ୍ରାମରେ ତାଙ୍କର ୨୨.୪ ମିଲିୟନ ଫଲୋୟର୍ସ ରହିଛନ୍ତି । ଏହିଠାରେ ହିଁ ସେ ପର୍ସନାଲ ଲାଇଫ୍, ମୁଭି, ଟ୍ରାଭେଲ ଆଦି ସମ୍ପର୍କିତ ପୋଷ୍ଟ କରିଥାଆନ୍ତି । ଏହା ବ୍ୟତିତ ଶାହାରୁଖ ଏହି ପ୍ଲାଟଫର୍ମକୁ ବ୍ରାଣ୍ଡ ପ୍ରମୋସନ ପାଇଁ ବ୍ୟବହାର କରିଥାଆନ୍ତି । ଶାହାରୁଖ କିଛି ବଡ ବଡ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ରହିଥିବା ବେଳେ ଇନଷ୍ଟାଗ୍ରାମରେ ଏହାର ପୋଷ୍ଟ ପାଇଁ ସେ ମୋଟା ଅଙ୍କ ଚାର୍ଜ କରିଥାଆନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଗୋଟିଏ ପେଡ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ଶାହାରୁଖ ୮୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଚାର୍ଜ କରିଥାଆନ୍ତି । ସେ ଏହି ମାମଲାରେ ହାଇଏଷ୍ଟ ପେଡ ଆକ୍ଟର ତ ନୁହେଁ ହେଲେ ହାଇଏଷ୍ଟ ପେଡ ଇନଫ୍ଲୁଏନସର୍ସ ସିଲିବ୍ରିଟି ଲିଷ୍ଟରେ କେବଳ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ପଛକୁ ରହିଛନ୍ତି ।