କ୍ରିସମାସ୍‌ରେ ରିଲିଜ ହେବ ‘ଡଙ୍କି’

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଯବାନ’ ରିଲିଜ ପରଠାରୁ ବକ୍ସ ଅଫିସରେ ଧମାଲ କରୁଛି। ଦର୍ଶକଙ୍କ ଭରପୂର ଭଲପାଇବା ଯୋଗୁ ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି। ଏହାର ସେଲିବ୍ରେଶନ ଅଭିନେତା କରୁଥିବା ବେଳେ ନିଜର ଆଗାମୀ ପ୍ରୋଜେକ୍ଟ ନେଇ ପ୍ରଶଂସକଙ୍କୁ ବଡ ଅପ୍‌ଡେଟ୍‌ ଦେଇଛନ୍ତି।

ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ‘ଡଙ୍କି’ରେ ନଜର ଆସିବେ ଶାହାରୁଖ। ଏହାର ଶୁଟିଂ ପ୍ରାୟ ଶେଷ ହୋଇସାରଲାଣି। ଏଣୁ କେବେ ଏହା ରିଲିଜ ହେବ ସେନେଇ ନାନାଦି କଳ୍ପନା କରାଯାଉଥିଲା। ଚଳିତ ବର୍ଷ ଦୁଇଟି ଫିଲ୍ମ ରିଲିଜ ହୋଇଥିବା ଯୋଗୁ ଅଭିନେତାଙ୍କ ଏହି ଫିଲ୍ମଟି ଆସନ୍ତା ବର୍ଷ ପରଦାକୁ ଆସିବ ବୋଲି କୁହାଯାଉଥିଲା। ହେଲେ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଶାହାରୁଖ।

ଶୁକ୍ରବାର ‘ଯବାନ’ର ସଫଳତାକୁ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ କିଙ୍ଗ୍‌ ଖାନ୍‌ ‘ଡଙ୍କି’ ଆସନ୍ତା ବର୍ଷ ନୁହେଁ ବରଂ ଏବର୍ଷ ହିଁ ରିଲିଜ ହେବ ବୋଲି ସ୍ପଷ୍ଟ କରିଛନ୍ତି। ଆସନ୍ତା କ୍ରିସମାସ୍‌ ଅବସରରେ ଏହା ପରଦାକୁ ଆସିବ ବୋଲି ସେ କହିଛନ୍ତି।

Share